
ଗୁଣପୁର,(ରାମନାଥ ମହାନ୍ତି): ଭାରତ ସରକାରଙ୍କ ଯୁବ ବେପାର ଓ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ଗୁଡିକ ଡିସେମ୍ବର ୭ତାରିଖ ଠାରୁ ୩୧ ଡିସେମ୍ବର ୨୦୨୦ ମଧ୍ୟରେ ଫିଟ ଇଣ୍ଡିଆ ସାଇକ୍ଲୋଥନ କାର୍ଯ୍ୟକ୍ରମ ଆୟୋଜନ କରିବା ଅବସରରେ ଆଜି ସ୍ଥାନୀୟ ଜିଆଇଇଟି ବିଶ୍ଵ ବିଦ୍ୟାଳୟ ତରଫରୁ ସାଇକ୍ଲୋଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୁଣପୁର ଉପଜିଲ୍ଲାପାଳ ଜେ ସୋନାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରି ନିଜେ ସାଇକେଲ ଚଳାଇ ଯୋଗ ଦେଇଥିବା ଯୁବ ପିଢିଙ୍କୁ ଉତ୍ସା ହିତ କରିବା ସହ ଶରୀର ପ୍ରତି ସାଇକେଲ ଚାଳନା ଏକ ଉତ୍ତମ ମାଧ୍ୟମ ବୋଲି ମତବ୍ୟକ୍ତ କରିଥିଲେ । ବିଶ୍ଵ ବିଦ୍ୟାଳୟର ଉପସଭାପତି ଡ଼ ଚନ୍ଦ୍ରଧ୍ଵଜ ପଣ୍ଡା ଯୋଗ ଦେଇ ବିଭିନ୍ନ ବ୍ୟାୟାମ କରିବା ଦ୍ବାରା ଶରୀର ସୁସ୍ଥ ଓ ମନ ପ୍ରଫୁଲ ରହିବ ବୋଲି କହିଥିଲେ । ଡିନ ଏକାଡିମିକ୍ସ ପ୍ରଫେସର ଏଭିଏନଏଲ ଶର୍ମା, ପ୍ରଫେସର କେ.ବିଜୟ କୁମାର,ଅନୁଷ୍ଠାନର ଅଧ୍ୟାପକ ଏବଂ କର୍ମଚାରୀ ମାନଙ୍କ ସମେତ ଗୁଣପୁରର କିଛି କିଛି ଯୁବ ଛାତ୍ର ଅଂଶ ଗ୍ରହଣ କରିଥିଲେ । ଏହି ସାଇକ୍ଲୋଥନ କାର୍ଯ୍ୟକ୍ରମ ନୂତନ ବସଷ୍ଟାଣ୍ଡ ଠାରୁ ଆରମ୍ଭ ହୋଇ ଜିଆଇଇଟି ବିଶ୍ଵ ବିଦ୍ୟାଳୟ ଠାରେ ପହଞ୍ଚିଥିଲା । ଏହି କାର୍ଯ୍ୟକ୍ରମକୁ କ୍ରୀଡ଼ା ଅଧିକାରୀ ରବୀନ୍ଦ୍ର କୁମାର ପଣ୍ଡା, ପ୍ରଫେସର ପ୍ରେମାନୁଶୁ ଶେଖର ରଥ ପ୍ରମୁଖ ପରିଚାଳନା କରିଥିଲେ ।


