Wednesday, July 29, 2026
Home ଆଞ୍ଚଳିକ ଦିଲ୍ଳୀଚଲୋ କୃଷକ ଆନ୍ଦୋଳନରେ ସହୀଦ ହୋଇଥିବା ଯୋଦ୍ଧା ମାନଙ୍କୁ ବ୍ରହ୍ମପୁରରେ ଶ୍ରଦ୍ଧାଞ୍ଜଳି

ଦିଲ୍ଳୀଚଲୋ କୃଷକ ଆନ୍ଦୋଳନରେ ସହୀଦ ହୋଇଥିବା ଯୋଦ୍ଧା ମାନଙ୍କୁ ବ୍ରହ୍ମପୁରରେ ଶ୍ରଦ୍ଧାଞ୍ଜଳି

31

ବ୍ରହ୍ମପୁର,(ବ୍ୟୁରୋ): ମୋଦୀ ସରକାର ଆଣିଥିବା ଜନବିରୋଧୀ ତଥା ଚାଷୀ ବିରୋଧୀ 3ଟି କୃଷି ଆଇନ କୁ ପ୍ରତ୍ୟାହାର କରିବା ଦାବି ରେ ଦେଶବ୍ୟାପୀ ଅଭୂତପୂର୍ବ ଜନ ଆନ୍ଦୋଳନ ମୁଣ୍ଡ ଟେକିଛି ଏବଂ ଏହା ଭୟଙ୍କର ରୂପ ନେଇଥିବା ବେଳେ ସେଥିରେ ଆଜିସୁଦ୍ଧା 33 ଜଣ ବୀର କିଷାନ ସହୀଦ ହେଲେଣି. ତଥାପି କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗୁ ନାହିଁ ବରଂ ଏ ବଳିଷ୍ଠ ଓ ଏକତା ବଧ ଆନ୍ଦୋଳନ କୁ ବନ୍ଦ ଓ ଭଣ୍ଡୁର କରିବା ପାଈଁ ବିଭିନ୍ନ ଦମନ ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଅଖିଳ ଭାରତ କିଷାନ ସଂଘର୍ଷ ସମନ୍ୱୟ ସମିତି ଗଞ୍ଜାମ ପକ୍ଷରୁ ତୀଵ୍ର ନିନ୍ଦା କରାଯାଇଛି | କିଷାନ ସଂଘର୍ଷ ସମନ୍ୱୟ ସମିତି ଗଞ୍ଜାମ ଶାଖା ର ସଂଯୋଜକ ବସନ୍ତ ନନ୍ଦ ଙ୍କ ଅଧ୍ୟ କ୍ଷତାରେ ଅନୁଷ୍ଠିତ ଆଜିର ଏ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ରେ ସଂଘର୍ଷ ସମିତି ର ରାଜ୍ୟ ଆବାହକମଣ୍ଡଳୀ ସଦସ୍ୟ ପ୍ରଫୁଲ ସାମନ୍ତରା, ଏ ଆଇ କେ ଏମ ଏସ ଜାତୀୟ ସମ୍ପାଦକ ଭାଲ ଚନ୍ଦ୍ର ଷଡ଼ଙ୍ଗୀ, ଓଡିଶା କୃଷକ ସଭା ରାଜ୍ୟ ନେତା କୈଳାସ ଷଡ଼ଙ୍ଗୀ, ଏ ଆଇ କେ ଏସ ରେ ବରିଷ୍ଠ କୃଷକ ନେତା ପ୍ରକାଶ ପାତ୍ର, ଏ ଆଇ କେ କେ ଏସ ରାଜ୍ୟ ସମ୍ପାଦକ ଶଙ୍କର ସାହୁ, ଏ ଆଇ କେ କେ ଏମ ଏସ ନେତା ପପୁନ ସାହୁଙ୍କ ସମେତ କୃଷକ ନେତା ଗୋପାଳ ପାଣିଗ୍ରାହୀ, ସୁଦର୍ଶନ ସ୍ୱାଇଁ ପ୍ରମୁଖ ସହିଦ ମାନଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇ ବକ୍ତବ୍ୟ ରଖଥିଲେ. ଶ୍ରମିକ ନେତା ପ୍ରତାପ ଚୌଧୁରୀ, ଭବାନୀ ଶଙ୍କର ମିଶ୍ରh ଆନ୍ଦୋଳନ ପ୍ରତି ସମର୍ଥନ ଓ ଶ୍ରଦ୍ଧାଞ୍ଜଳି ଜଣାଇ ବକ୍ତବ୍ୟ ଦେଇଥିଲେ. କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ ବିରୋଧୀ କୃଷି କଳା ଆଇନ ବିରୋଧ ରେ ଲଢେ଼ଇ କରି ସହୀଦ ହୋଇଥିବା ଯୋଦ୍ଧା ମାନେ ସବୁ ଦିନ ପାଈଁ ଅମର ହୋଇ ରହିବେ. ଏବଂ ସେମାନଙ୍କର ଅମ୍ଲାନ ସ୍ମୃତି ସ୍ଵର୍ଣ ଅକ୍ଷରରେ ଲିପି ବଦ୍ଧ ହୋଇ ରହିବ. ବିଦେଶୀ ବହୁ ଜାତିକ ସଂଥା (MNC)ଏବଂ ଦେଶୀୟ କର୍ପୋରେଟସଂଥା ଆଦା ନୀ ଓ ଅମ୍ବାନୀଙ୍କ ଭଳି ଧନ କୁବେର ମାନଙ୍କ ଧନ ବଢାଇବା ଓ ସ୍ୱାର୍ଥ ପାଈଁ କୋଟି କୋଟି ଚାଷୀ ଓ ଜନ ସାଧାରଣ ଙ୍କ ସ୍ୱାର୍ଥ କୁ ଜଳଞ୍ଜଳି ଦେଇ ମୋଦୀ ସରକାରଙ୍କ ଆତ୍ମ ନିର୍ଭର ଶିଳ ଭାରତ ଗଠନ ର ସ୍ବପ୍ନ କେତେ ଦୂର ସଫଳ ହେବ ବୋଲି ପ୍ରଶ୍ନ କରାଯାଇଛି. ଏଣୁ କଳା ଆଇନ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି ନଚେତ ଏ ଆନ୍ଦୋଳନ କୁ ଆଗାମୀ ଦିନରେ ବ୍ୟାପକ କରାଯିବ ବୋଲି ଚେତା ବନି ଦିଆଯାଇଛି |