
ଜଟଣୀ,(ଖୋର୍ଦ୍ଧା ଜିଲ୍ଲା-ସଞ୍ଜୀବ କୁମାର): ସାହିତ୍ୟ ପତ୍ରିକା “ଉଡ୍ରଜା’ର ଲୋକାର୍ପଣ ଉତ୍ସବ ରବିବାର ପୁର୍ବାହ୍ନରେ ବିକାଶନଗର ସ୍ଥିତ ବିପିନୀ ବିହାରୀ ପାଠାଗାରଠାରେ ଆୟୋଜିତ ହୋଇଯାଇଛି । ଓଡିଶାଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ ବିପିନୀ ବିହାରୀ ପାଠାଗାରର ବିଶଂତମ ବାର୍ଷିକୋତ୍ସବ ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଥିଲା ବେଳେ ଏହି ଅବସରରେ ସାହିତ୍ୟ ପତ୍ରିକା ଉଡ୍ରଜାର ଉନ୍ମୋଚନ ହୋଇପାରିନଥିଲା । ତେଣୁ ଏହି ଅବସରରେ ଆଜି ଏହି ପତ୍ରିକାର ଲୋକାର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିପିନୀ ବିହାରୀ ପାଠାଗାରର କାର୍ଯ୍ୟକାରୀ ସଭାପତି ତଥା ସାହିତ୍ୟିକ ତ୍ରିଲୋଚନ ମହାପାତ୍ର ସଭାପତିତ୍ୱ କରିଥିଲେ । ଅନୁଷ୍ଠାନ ସମ୍ପାଦକ ତଥା ଶିକ୍ଷାବିତ ଜବାହାରଲାଲ ସୁବୁଦ୍ଧୀ ବାର୍ଷିକ ବିବରଣୀ ପାଠ କରିଥିଲା ବେଳେ ବିପିନୀ ବିହାରୀ ପାଠାଗାରର ଅଧ୍ୟକ୍ଷ ବିପିନୀ ବିହାରୀ ମହାନ୍ତୀ ଅତିଥୀ ପରିଚୟ ପ୍ରଦାନ କରିଥିଲେ ।
ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥୀଭାବେ ଶିକ୍ଷାବିତ ତଥା ପ୍ରାକ୍ତନ ଅଧ୍ୟକ୍ଷ ଡ. ପ୍ରମୋଦ ଚନ୍ଦ୍ର ଦାଶ ଯୋଗଦେଇ ସାହିତ୍ୟ ପତ୍ରିକା ଉଡ୍ରଜା-୨୦ର ଲୋକାର୍ପଣ କରିଥିଲେ । ଏହା ସହିତ ସାହିତ୍ୟିକ ଅଜୟ କୁମାର ସେଠୀଙ୍କ ପତ୍ରିକା “ନିର୍ବାଣପଥେ‘,”ଆଶାର ଆଲୋକ’ ଏବଂ ବଣତୁଳସୀ ପ୍ରଭୃତିର ଉନ୍ମୋଚନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଶେଷରେ ପ୍ରଫେସର ବ୍ରଜସୁନ୍ଦର ମହାପାତ୍ର, ବୈକୁଣ୍ଠ ନାଥ ରାଜଗୁରୁ, ରମେଶ ଚନ୍ଦ୍ର ମଙ୍ଗରାଜ, ଜ୍ୟୋସ୍ନାମୟୀ ତ୍ରିପାଠୀ, କରୁଣାକର ସାହୁ, ଅଜୟ କୁମାର ସେଠୀ ଏବଂ ହଂସନାଥ ମୁଦୁଲୀ ପ୍ରଭୃତିଙ୍କୁ ସମ୍ବର୍ଦ୍ଧିର୍ତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସ୍ୱସ୍ତିଦା ପାଲ, ସୈାଦାମିନୀ ବେହେରା, ରଶ୍ମିତା ନାୟକ, ଆଦି ନାରାୟଣ ଖଣ୍ଡୁଆଳ, ଆରତି ସେନ, ସୁମତୀ ମୟୀ ସାହୁ, ଜୟଶ୍ରୀ ପଟ୍ଟନାୟକ, ଚିନ୍ମୟୀ ମହାନ୍ତୀ, କିଶୋର ପାଇକରାୟ, ରବିନ୍ଦ୍ର ଦାସ, ରବିନ୍ଦ୍ର ରାଉତରାୟ, ସୁଶାନ୍ତ କୁମାର ରାଉତ, ରଜନୀ ରଣସିଂହ ଇତ୍ୟାଦି ସଂଯୋଜନା କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନ ଉପସଭାପତି ଭିକାରୀ ଧଳ ଧନ୍ୟବାଦ ଅର୍ପଣ କରିଥିଲେ ।




