
ଜଟଣୀ, (ଖୋର୍ଦ୍ଧା ଜିଲ୍ଲା-ସଞ୍ଜୀବ କୁମାର) : ସଂଯୁକ୍ତ କୃଷକ ମୋର୍ଚ୍ଚା ଦିଲ୍ଲୀ ଚାଲ ଅଭିଯାନରେ ସାମିଲ ହୋଇ ଦିଲ୍ଲୀଠାରେ ସହିଦ ହୋଇଥିବା କୃଷକମାନଙ୍କ ଉଦ୍ୟେଶ୍ୟରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଜଟଣୀଶାଖା ପକ୍ଷରୁ ରବିବାର ଜଟଣୀ-ଖୋର୍ଦ୍ଧା ମୂଖ୍ୟରାସ୍ତା ପାଶ୍ୱର୍ ବେଲପଡାଠାରେ ଏକ ଶ୍ରଦ୍ଧାଜଂଳି ସଭା ଆୟୋଜିତ ହୋଇଯାଇଛି ।
କୃଷକ ନେତା ବିପିନୀ ବିହାରୀ ସୁନ୍ଦରାୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶ୍ରଦ୍ଧାଜଂଳି ସଭାରେ ଅତିଥୀମାନେ କୃଷକମାନଙ୍କ ପ୍ରତି ଅବହେଳାକୁ ନେଇ ସେମାନଙ୍କ ଭିନ୍ନ ଭିନ୍ନ ମତପୋଷଣ କରି କହିଛନ୍ତି ଯେ, ଦିଲ୍ଲୀରେ କୃଷକମାନଙ୍କ ପ୍ରତି ସରକାର ନିଦୟାବାନ ହୋଇଛନ୍ତି ।
ସେମାନଙ୍କ ଦାବି ପୁରଣ କରାଯାଉନାହିଁ, ହେଲେ ସେମାନଙ୍କୁ ଦେଶର ଅନ୍ନଦାତା ବୋଲି କହି କେବଳ ସେମାନଙ୍କ ଆତ୍ମ ବିଶ୍ୱାସକୁ ବଢାଯାଉଛି । ସେମାନଙ୍କର ଦାବି ସହିତ ସ୍ୱପ୍ନ ମଧ୍ୟ ଧୁଳିସାତ ହୋଇଯାଇଛି । ଦାବି ପୁରଣ ହେବା ତ ଦୁରର କଥା ଶେଷରେ ପ୍ରାଣହାନି ଘଟିଗଲା ।
କୋଟିକୋଟି ଜନସାଧାରଣଙ୍କୁ ଦାନା ଯୋଗାଉଥିବା ଅନ୍ନଦାତାଙ୍କ ଆତ୍ମାର ସଦଗତି ନିମନ୍ତେ କୃଷକ ସଂଘର୍ଷ ସମନ୍ୱୟ ସମିତି ଶ୍ରଦ୍ଧାଜଂଳି ଜ୍ଞାପନ କରୁଛି । ଆଜିର ଏହି କାର୍ଯ୍ୟକ୍ରମରେ କୃଷକ ମୋର୍ଚ୍ଚାର ଆବାହକ ସାରଙ୍ଗଧର ବେହେରା,ଟୁକୁନା ମହାପାତ୍ର,ବ୍ରହ୍ମାନନ୍ଦ ମହାପାତ୍ର,ପ୍ରଶାନ୍ତ ମହାପାତ୍ର,ବେଣୁଧର ନାୟକ,ଅଇଁଠି ନାୟକଙ୍କ ଅନ୍ୟମାନେ ଯୋଗଦେଇଥିଲେ ।





