Thursday, November 12, 2026
Home ଜିଲ୍ଲା ଖୋର୍ଦ୍ଧା ମୁଣ୍ଡିଆ ସାହିର ରାସ୍ତା ବ୍ୟବସ୍ଥା ବିପର୍ଯ୍ୟସ୍ଥ ଶୋଇ ରହିଛି ପୌରପାଳିକା ଜଟଣୀ

ମୁଣ୍ଡିଆ ସାହିର ରାସ୍ତା ବ୍ୟବସ୍ଥା ବିପର୍ଯ୍ୟସ୍ଥ ଶୋଇ ରହିଛି ପୌରପାଳିକା ଜଟଣୀ

432

ଜଟଣୀ,(ଖୋର୍ଦ୍ଧା ଜିଲ୍ଲା-ସଞ୍ଜୀବ କୁମାର): ଜଟଣୀରେ ୨୩ ଟି ୱାର୍ଡରେ ଗଠିତ ହୋଇଛି । ସେଥି ମଧ୍ୟରେ କେତେ ୱାର୍ଡ ଜଟଣୀ ପୌରପରିଷକୁ ନେଇ ଓ ଆଉ କେତେକ ରେଳବାଇ ଅଧିନରେ ଅଛି । ଜଟଣୀର ୭ ୱାର୍ଡରେ ଥିବା ମୁଣ୍ଡିଆସାହିରେ ମୁଖ୍ୟ ରାସ୍ତା ଅବସ୍ଥା ଶୋଚନୀୟ, ରାସ୍ତା ଉପରେ ଥିବା ନାଳନର୍ଦ୍ଧମା ଓ ଡ୍ରେନର ଏବଂ ଲୋକ ବ୍ୟବହାର କରୁଥିବା ଅପରିଷ୍କାର ପାଣି ୨୪ ଘଂଟା ରାସ୍ତା ଉପରେ ଚାଲୁଛି । ସେଠାକାର ବାସୀନ୍ଦାମାନେ ହଇରାଣ ଓ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସେମାନେ କହିବା କଥା ମୁଣ୍ଡାଆସାହିରେ ଥିବା ଡ୍ରେନ୍ ପାଣି ସବୁ ରାସ୍ତା ଉପରେ ଯାଉଛି । ଡ୍ରେନ୍ ଅଣଓସରିଆ ହୋଇଥିବାରୁ ସେଥିରେ ଆବର୍ଜନାରେ ପଡ଼ି ପୋତିହୋଇଯାଇଥିବା ବେଳେ ନାଳ ଜାମ୍ ହୋଇଯାଉଛି ଯାହା ଫଳରେ ଘରର ପାଣି ଓ ନାଳ ପାଣି ରାସ୍ତା ଉପରେ ଚାଲୁଛି । ଏଥିରେ ପ୍ରଶାସନର ବ୍ୟବସ୍ଥା ଫେଲ୍ ମାରୁଛି । କୋଭିଡ଼ ଭଳି ସମୟରେ ସରକାର ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି । କିନ୍ତୁ ଜଟଣୀ ପୌରପରିଷଦର କର୍ମଚାରୀମାନେ ଏଥି ପ୍ରତି ଦୃଷ୍ଟି ଗୋଚର କରୁନାହାନ୍ତି ।

ମୁଣ୍ଡିଆସାହି ରାସ୍ତା ଦୁଇ ପାଶ୍ୱର୍ର ଥିବା ଦୋକାନୀମାନଙ୍କର ଅଳିମା ଆବର୍ଜନା ରାସ୍ତା ପାଶ୍ୱର୍ରେ ପକାଉଛନ୍ତି । ଏହା ଦ୍ୱାରା ଯାତ୍ରାୟତରେ ଓ ପିଲାମାନେଙ୍କର ବିଭିନ୍ନ ପ୍ରକାର ସମସ୍ୟା ଉପୁଜୁଛି । ଜଟଣୀର ପୌରପରିଷଦରେ ଅଭିଯୋଗ କଲେ କୌଣସି ପ୍ରକାର ସହଯୋଗ ଓ ସହୟାତା ମିଳୁନାହିଁ । ଜଟଣୀ ସହରରେ ଏପରି ଅନେକ ୱାର୍ଡ ରହିଛି ଯେଉଁଠାରେ ଅଳିଆବର୍ଜନା ପଡିରହୁଛି । ଏହା ଫଳରେ ଗୋରୁଗାଈ ଓ କୁକୁର ମାନେ ଏହି ଅଳି ଖାଇ ମୃତ୍ୟୁ ବରଣ କରୁଛନ୍ତି । ଜଟଣୀର ବରିଷ୍ଠ ନାଗରିକ ଓ ସାମଜିସେବି ମହଲରେ ଆଲୋଚନା ପାଲଟିଛି |