
ଗଞ୍ଜାମ,(ପ୍ରଦୀପ କୁମାର ସାହୁ): ଗଞ୍ଜାମ ସହର ସ୍ଥିତ ଅଖଡାବନ୍ଧ ସାହି ବାଳିକା ପ୍ରାଥମିକ ବିଦ୍ୟାଳୟ ଠାରେ କିଶୋରୀ ବାଳିକା ନିର୍ଭୟା କଢି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସି ଡ଼ି ପି ଓ ସଲୀଳା ପ୍ରଧାନ ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଗଞ୍ଜାମ ବିଜ୍ଞା ପିତ ଅଞ୍ଚଳ ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁକଲ୍ୟାଣ ଦାସ, ସୁପ୍ ରଭାଇଜର ରାଜେଶ୍ୱରୀ ବେହେରା,ଏ ଏନ ଏମ ଦିଦି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶିଶୁ କନ୍ୟା ମାନଙ୍କ ସୁରକ୍ଷା ସମ୍ଭନ୍ଧ ରେ ବକ୍ତବ୍ୟ ପ୍ରଦାନ କରିବା ସହ ଶିଶୁ ହସିଲେ ଦେଶ ହସିବ ବୋଲି ମତ ଦେଇଥିଲେ। ତେଣୁ ଶିଶୁ କନ୍ୟା ମାନଙ୍କ ଯତ୍ନ ଉପରେ ମା ମାନେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଥିଲା।ବାଲ୍ୟ ବିବାହ ଉପରେ ରୋକ ଲଗାଇବା,ସ୍ଵଛତା, ଶାରୀରିକ ସୁସ୍ଥତା ,କନ୍ୟାଭ୍ରୁଣ ହତ୍ୟା କିପରି ରୋକା ଯାଇ ପାରିବ ସେ ସମ୍ଭନ୍ଧରେ କିଶୋରୀ ବାଳିକା ମାନଙ୍କ ଦ୍ୱାରା କ୍ଷୁଦ୍ର ନାଟକ,ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥିଲା। ଗଂଜାମ ଅଞ୍ଚଳ ର ଶ୍ରେଷ୍ଠ ଅଙ୍ଗନବାଡି କର୍ମୀ ଭାବେ ବିବେଚିତ ୩ନମ୍ବର ୱାର୍ଡ ଅଙ୍ଗନବାଡି କର୍ମୀ ବବିତା ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସ୍ଥାନୀୟ ଆଖଡା ବନ୍ଧ ସାହି ଓ ବଜାର ଗୌଡ଼ ସାହି ର ବହୁ ସଂଖ୍ୟାରେ ମା ମାନେ ଉପସ୍ଥିତ ଦେଇଥିଲେ।


