
ଗଞ୍ଜାମ,(ପ୍ରଦୀପ କୁମାର ସାହୁ): ଗଞ୍ଜାମ ସହର ସ୍ଥିତ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ରହିଥିବା ଶଙ୍ଖ ବନ୍ଧରେ ୩ ଦିନ ହେଲା ମାଛ ମରି ଭାସୁଥିବା ଦେଖିବାକୁ ମିଳୁଛି। ଯାହାକୁ ନେଇ ଲିଜଧାରୀ ମାନେ ଚିନ୍ତିତ ହୋଇପଡିଛି। ସମ୍ପ୍ରତି କରୋନା ମହାମାରୀ ଫଳରେ ଲକ ଡାଉନ,ସଟ ଡାଉନ,କୋଭିଡ କଟକଣା ଯୋଗୁଁ ଅନେକ ଯୁବକ ଜୀବିକା ହରାଇ ବେରୋଜଗାରୀ ହୋଇପଡିଥିବା ପରିଲକ୍ଷିତ ହୋଇଛି। କାଶୀନାଥ ମହାଙ୍କୁଡ଼, ପର୍ଶୁରାମ ପରିଡା,ପ୍ରଶାନ୍ତ ନାୟକ ଓ ଭାଗିରଥି ନାୟକ, ଗୋପାଳ ନାୟକ ପ୍ରମୁଖ ଯୁବକ ରୋଜଗାର କରିବା ଆଶାରେ ପୋଖରୀଟିକୁ ୩ବର୍ଷକୁ ୭୬ ହଜାର ଟଙ୍କାରେ ୯ ମାସ ହେଲା ଲିଜ ନେଇଛନ୍ତି। ଚଳିତ ବର୍ଷ ପ୍ରଥମ ବର୍ଷ ହୋଇଥିବା ବେଳେ ମାଛ ମରି ପଡୁଥିବା ଫଳରେ ସେମାନେ ଧାର ଉଦ୍ଧାର କରିଥିବା ଅର୍ଥ କିପରି ସୁଝିବେ ଚିନ୍ତାରେ ପଡିଛନ୍ତି। ନିକଟରେ ସନଟେକ ଓ ଗ୍ରାସୀମ କମ୍ପାନୀର ବିଷାକ୍ତ ରାସାୟନିକ ଦ୍ରବ୍ୟ ପ୍ରଭାବରେ ମାଛ ମରିପଡୁଥିବା ସେମାନେ ଅଭିଯୋଗ କରିଛନ୍ତି। ଏବଂ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ସେମାନେ ଦାବି କରିଛନ୍ତି।


