Thursday, November 12, 2026
Home ଜିଲ୍ଲା ଗରିବ ଓ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ

ଗରିବ ଓ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ

91
Img: prasana Kumar Panda

ବିଷମକଟକ/ମୁନିଗୁଡା:,(ପ୍ରସନ କୁମାର ପଣ୍ଡା): ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ କୁମୁଡାବାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦେଓକିପୁଲି ଛକ ନିକଟସ୍ଥ ନୂଆ ସାହି ଠାରେ ସେଲ୍ୟୁଟ ତ୍ରିରଙ୍ଗା, ସବର୍ଣ୍ଣ ମହାସଂଘ ଫାଉଣ୍ଡେସନ, ଆରୋଗ୍ୟ ଭାରତୀ ଅଧ୍ୟାତ୍ମ ସେବା ଏଣ୍ଡ ସୋସିଆଲ ଟ୍ରଷ୍ଟ ଓଡ଼ିଶାର ମିଳିତରେ ଆନୁକୂଲ୍ୟରେ ସେବା ସପ୍ତାହ ଅବସରରେ, ସେବା,ସମ୍ମାନ, ସୁରକ୍ଷା ଆମର ଦିକ୍ଷା, ସ୍ୱଚ୍ଛତା ଓ ସହାୟତାର ଆହ୍ୱାନ ଦେଇ ଗରିବ ଓ ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ଏନଆରଆଇ ପ୍ରମୋଦ ମେହେରଙ୍କ ସହାୟତା ଓ ଯୋଗଗୁରୁ ତଥା ସାମାଜିକ କର୍ମୀ ହରିଭାଇ ଆର୍ଯ୍ୟନଙ୍କ ନେତୃତ୍ୱରେ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ, ଡ଼ା.ଗୌରାଙ୍ଗ ଚରଣ ରାଉତ, ମନୋରଞ୍ଜନ ଦଳାଇ, ନନ୍ଦ କିଶୋର ପଟ୍ଟନାୟକ, ମୁନିଗୁଡା ଡିଗ୍ରୀ ମହାବିଦ୍ୟାଳୟର ଅଧକ୍ଷ ହୃଷିକେଶ ଜାଲି, ସମାଜସେବୀ ପ୍ରମୋଦ ସାହୁକାର, ରାମଚନ୍ଦ୍ର ବିହାରୀ, ସୁଶାନ୍ତ ଦଳାଇ, ଜିତେନ୍ଦ୍ର ବନଛୋର, ଉତ୍ତମ ଦାସ ଓ ଅଜିତ ମହାରଣା ପ୍ରମୁଖ ଉପସ୍ଥିତ ରହି ଦେଓକପୁଲି ଛକ ନିକଟସ୍ଥ ନୂଆସାହି ଠାରେ ପହଞ୍ଚି ସେଠାରେ ବସବାସ କରୁଥିବା ନିହାତି ଆବଶ୍ୟକ ଗରିବ ଓ ଅସହାୟ ପରିବାରଙ୍କୁ ଶୀତବସ୍ତ୍ର ବା କମ୍ବଳ ବଣ୍ଟନ କରାଯାଇଛି l ଏହି ବଣ୍ଟନ କାର୍ଯ୍ୟକ୍ରମକୁ ନେଇ ନୂଆସାହିର ସଭାପତି ରମେଶ ମାଣ୍ଡିକାଙ୍କ ସମେତ ଯୁବ ଗୋଷ୍ଠୀ ଓ ବୃଦ୍ଧ ବୃଦ୍ଧା ମାନେ ଖୁସି ବ୍ୟକ୍ତ କରିଥିଲେ l ବର୍ତମାନ ମୁନିଗୁଡା ଅଞ୍ଚଳରେ ଅଧିକ ହାଡ଼ଭଙ୍ଗା ଶୀତ ଅନୁଭୂତି ହେଉଥିବା ବେଳେ ଅଞ୍ଚଳରେ ଗରିବ ଓ ଅସହାୟ ମାନଙ୍କୁ ଶୀତ ବସ୍ତ୍ର ନିହାତି ଆବଶ୍ୟକ ହୋଇ ପଡୁଛି l ତେବେ ଆଗାମୀ ଦିନରେ ଆହୁରି ଆବଶ୍ୟକୀୟ ସ୍ଥାନରେ ଶୀତବସ୍ତ୍ର ସହ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଯୋଗଗୁରୁ ତଥା ସାମାଜିକ କର୍ମୀ ହରିଭାଇ ପ୍ରକାଶ କରିଛନ୍ତି l