Saturday, November 14, 2026
Home ଆଞ୍ଚଳିକ ଛତ୍ରପୁର ସିଭିଲ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ଛତ୍ରପୁର ସିଭିଲ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

47

ଛତ୍ରପୁର,(କିଶୋର ଚନ୍ଦ୍ର ମହାନ୍ତି): ଛତ୍ରପୁର ସ୍ଥିତ ସିଭିଲ କୋର୍ଟ ପରିସରରେ ତାଲୁକ ଆଇନ ସେବା କମିଟି ପକ୍ଷରୁ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଜଜ୍ ରାଜା ରଂଜନ ପାଢୀ, ସବ୍‌ଜଜ୍ ମାନସ ରଂଜନ ରାୟ , ଏସ୍‌ଡିଜେଏମ୍ ସନ୍ତୋଷ କୁମାର ପାଣିଗ୍ରାହୀ, ଜେଏମ୍‌ଏଫସି ପ୍ରଜ୍ଞା ପାରମିତା ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ୧୭ ଟି ମାମଲାର ଫଇସଲା କରି ୧୮ ଲକ୍ଷ ୯୯ ହଜାର ୩୦୭ ଟଙ୍କା ଜରିମାନା ଆଦାୟ କରିଥିଲେ। ଫଇସଲା ହୋଇଥିବା ମାମଲା ଗୁଡିକ ମଧ୍ୟରୁ ମୋଟର ଦୁର୍ଘଟଣା ଜନିତ ଦୁଇଟି ମାମଲାରେ ୧୭ ଲକ୍ଷ, ବ୍ୟାଙ୍କ ଋଣର ତିନୋଟି ମାମଲାର ୧ ଲକ୍ଷ ୭୯ ହଜାର, ସିଭିଲର ତିନୋଟି ମାମଲାର ୨୦ ହଜାର ୩୦୭ ଟଙ୍କା, ଏଫଆରଟି ୯ ଟି ମାମଲାର ଆଦି ମୋଟ ୧୭ ଟି ମାମଲା ଫଇସଲା କରାଯାଇ ସମୁଦାୟ ୧୮ ଲକ୍ଷ ୯୯ ହଜାର ୩୦୭ ଟଙ୍କା ଆଦାୟ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବି ଶ୍ରୀ ରଘୁନାଥ ମହାନ୍ତି ସରକାରୀ ଓକିଲ ମନୋଜ ପାଢ଼ୀ, ଡମିନାଥ ସାହୁ,ସୁରଜିତ୍ ସାମନ୍ତରାୟ, ଦେବେନ୍ଦ୍ର କୁମାର ମିଶ୍ର, ସୂର୍ଯ୍ୟ ନାରାୟଣ ରେଡ୍ଡି, କୃଷ୍ଣଚନ୍ଦ୍ର ସାହୁ, ଶିବପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ରହି ମକଦ୍ଦମା ପରିଚାଳନା କରିଥିଲେ ।