Monday, November 16, 2026
Home ଆଞ୍ଚଳିକ ଅବସରକାଳୀନ ସମ୍ବର୍ଦ୍ଧନା

ଅବସରକାଳୀନ ସମ୍ବର୍ଦ୍ଧନା

45


ବେଲଗୁଣ୍ଠା,(ଶିବରାମ ଚୌଧୁରୀ) : ବେଲଗୁଣ୍ଠା ବ୍ଲକ, ଅନ୍ତର୍ଗତ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟରେ ଚପରାଶି ଥିବା ଜୟରାମ ସ୍ୱାଇଁଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି |ଏହିଅବସରରେ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ସୂର୍ଯକାନ୍ତ ମହାନ୍ତିଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା |ଏଥିରେ ଅବସର ନେଇଥିବା ବ୍ୟକ୍ତିତ୍ୱ ଏବଂ ତାଙ୍କର ଧର୍ମ ପତ୍ନୀ କୁନି ସ୍ୱାଇଁଙ୍କୁ ମାନପତ୍ର, ଉପ ଧୌକନ ଦେଇ ସଂମାନ୍ନିତ କରାଯାଇଥିଲା |ମହାବିଦ୍ୟାଳୟ ଶିକ୍ଷକ ଅଣଶିକ୍ଷକ ମିଳିତ ମଞ୍ଚର ସମ୍ପାଦକ ଡ଼:ରାଜେନ୍ଦ୍ର ଡାକୁଆ ସ୍ୱାଗତ ଭାଷଣ ଦେଇଥିଲେ |ପ୍ରାଧ୍ୟାପକ ବିଷ୍ଣୁ ପ୍ରସାଦ ପଟ୍ଟନାୟକ, ବିବେକାନନ୍ଦ କର, ବି. ଗୋବିନ୍ଦ ରାଓ, କୁମୁଦ ଚନ୍ଦ୍ର ମହାପାତ୍ର, କପିଳ ସାହୁ, ପ୍ରକାଶ ଚନ୍ଦ୍ର ଆଳତୀୟା, ସୁଶାନ୍ତ କୁମାର ଲେଙ୍କା, ବିଜୟଲଷ୍ମୀ ପାଢ଼ୀ, ଭାରତୀ ବିଶ୍ୱାଳ, ଦିବାକର ମୁନି,ରମେଶ ଚନ୍ଦ୍ର ଗଉଡ଼ ପ୍ରମୁଖ ଜୟରାମ ସ୍ୱାଇଁଙ୍କ ଅନୁଷ୍ଠାନ ସହ 33ବର୍ଷର ସମ୍ପର୍କ ସମ୍ପର୍କରେ ଆଲୋକପାତ କରିଥିଲେ |ଶେଷରେ ଦେବେଶ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଦେଇଥିଲେ |