
ଭଞ୍ଜନଗର,(ବବି ରଥ): ଗଂଜାମ ଜ଼ିଲ୍ଲା ଭଞ୍ଜନଗର ଶ୍ରୀ ସତ୍ୟସାଇ ସେବା ସଂଗଠନ ତରଫରୁ ଡିସେମ୍ବର ମାସରେ ଆନ୍ଦ୍ରପ୍ରଦେଶ ପୁଟପର୍ତ୍ତୀ ଶ୍ରୀ ସତ୍ୟସାଇଙ୍କ ଆଶ୍ରମପାଇଁ ପ୍ରତ୍ୟେକ ବର୍ଷଭଳି ଏବର୍ଷମଧ୍ୟ ସେଠାରେ ସେବା କରିବା ପାଇଁ ଗଞ୍ଜାମ ଜିଲ୍ଲା -2 ତରଫରୁ 57ଜଣ ଭାଇ-ଭଉଣୀ ନିୟୋଜିତ ହୋଇଛନ୍ତି | ସେଥିରୁ ଭାଇ 16ଏବଂ ଭଉଣୀ 10ସମୁଦାୟ 26ଜଣ ଭଞ୍ଜନଗର ସମିତି ଓ ଭଂଜନ ମଣ୍ଡଳୀରୁ ସମର୍ପିତ ହୋଇଛନ୍ତି | ସେମାନେ ସମସ୍ତ କୋଭିଡ ନିୟମକୁମାନି ନିଜ-ନିଜ ର କର୍ମରେ ନିୟୋଜିତ ହୋଇ ସାଇଙ୍କ ସେବା ସହିତ ଆଶ୍ରିବାଦ ପ୍ରାପ୍ତ କରି ନିଜ ଜୀବନକୁ ମଙ୍ଗଳମୟ କରିବା ସହିତ ସମସ୍ତା ସୁଖୀନଉ ଭବନ୍ତୁ ର ବାର୍ତା ବହନ କରିବେ ବୋଲି ସାଇଙ୍କ ପାଖରେ ଭଞ୍ଜନଗର ସମିତି କନଭେନରଙ୍କ ନିବେଦନ |


