Sunday, November 15, 2026
Home ଜିଲ୍ଲା ରାମନାଗୁଡ଼ା ବ୍ଲକରେ ୧୨୬ ଜଣ ହିତାଧିକାରୀଙ୍କୁ ଘରଡିହ ପଟ୍ଟା ବାଣ୍ଟିଲେ ଅତିରକ୍ତ ଜିଲ୍ଲାପାଳ ତହସିଲଦାର ଙ୍କୁ...

ରାମନାଗୁଡ଼ା ବ୍ଲକରେ ୧୨୬ ଜଣ ହିତାଧିକାରୀଙ୍କୁ ଘରଡିହ ପଟ୍ଟା ବାଣ୍ଟିଲେ ଅତିରକ୍ତ ଜିଲ୍ଲାପାଳ ତହସିଲଦାର ଙ୍କୁ ଅବଶିଷ୍ଟ ଘରଡିହ ଗାଁକୁଯାଇ ବାଣ୍ଟିବାକୁ ନିର୍ଦେଶ

104

ବିଷମକଟକ,(ପ୍ରସନ କୁମାର ପଣ୍ଡା): ରାୟଗଡା ଜିଲ୍ଲାର ରାମନାଗୁଡ଼ା ତହସିଲ ଅନ୍ତର୍ଗତ ସର୍କଲ ରୁ ମୋଟ ୧୨୬ ଜଣ ହିତାଧିକାରୀ ଙ୍କୁ ଘରଡିହ ପଟ୍ଟା ପ୍ରଦାନ କଲେ ରାୟଗଡା ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ପାରିଖିତି ମୌଜା ରୁ ୨୧, ଆମୋଡିଙ୍ଗ ମୌଜା ରୁ ୧୦, ନାଲାପଣ୍ଡା ମୌଜା ରୁ ୧୪, ନିଲମ୍ୱଗୁଡା ମୌଜା ରୁ ୧୦, ଉକମ୍ବା ମୌଜା ରୁ ୨୩, କୁଜେନ୍ଦ୍ରି ମୌଜା ରୁ ୨୯, ପେନକାମ ମୌଜା ରୁ ୨୯ ଜଣ ହିତାଧିକାରୀ ଙ୍କୁ ଘରଡିହ ପଟ୍ଟା ବାଣ୍ଟିଥିଲେ|

କରୋନା କଟକଣା କୁ ଦୃଷ୍ଟି ରେ ରଖି ଅନ୍ୟାନ୍ୟ ମୌଜାର ହିତାଧିକାରୀ ଙ୍କୁ ଆଜି ହିଁ ତହସିଲଦାର ଜୟଶ୍ରୀ ମଲ୍ଲିକ ଙ୍କୁ ଗାଁକୁଯାଇ ପଟ୍ଟା ଦେବାକୁ ନିର୍ଦେଶ ଦେଇଛଂତି ଏହି ପଟ୍ଟା ବଣ୍ଟନ କାର୍ୟ୍ୟକ୍ରମରେ ତହସିଲଦାର ଜୟଶ୍ରୀ ମଲ୍ଲିକ, ବିକାଶ ପାଳ, ଧନେଶ୍ୱର କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ ଅତିରିକ୍ତ ଜିଲ୍ଲାପାଳ ଶରତ ପଣ୍ଡା କରୋନାକୁ ଦୃଷ୍ଟିରେ ରଖି ମାସ୍କ ମଧ୍ୟ ପ୍ରଶାସନ ତରଫରୁ ବଣ୍ଟା ଯାଇଥିଲା |