
ଚନ୍ଦ୍ରପୁର,(କୈଳାସ ମାଳବିଶୋଇ): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବୁଡୁବାଲି ପଞ୍ଚାୟତ ଅନ୍ତର୍ଗତ ଡେମ୍ବାଗୁଡି ଗ୍ରାମ ଏହି ଗ୍ରାମରେ (୩୨) ପରିବାର ର ପ୍ରାୟ ୨୫୦ ରୁ ୩୦୦ ଲୋକେ ବସବାସ କରନ୍ତି । ଆଜକୁ ପ୍ରାୟ ୨/୩ ବର୍ଷ ହେବ ନଳକୂପ ଖରାପ ହୋଇ ପଡିରହିଛି । ମରାମତି କରିବା ପାଇଁ ବୁଡୁବାଲିପଞ୍ଚାୟତ ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ଚନ୍ଦ୍ରପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ପର୍ଯ୍ୟନ୍ତ ରିପାରିଙ୍ଗ କରିବା ନିମନ୍ତେ ଗ୍ରାମବାସୀ ଅଭିଯୋଗ କରିଛନ୍ତି କିନ୍ତୁ କେହି ସୁଣୁନାହାନ୍ତି ।
ଗ୍ରାମବାସୀ ଙ୍କ ଭରସା ଝରଣା ପାଣି । ଗ୍ରାମରୁ ପାଣି ପାଇଁ ଏକ କିଲୋମିଟର ଯାଇ ନାଳରୁ ଝରଣା ପାଣି ଆଣିବା ପାଇଁ ପାହାଡ ପଥର ଉପରେ ଯିବାକୁ ପଡିଥାଏ । ଏହଭଳି ଦୁଖଃଦ ଯିବନ ବିତାଉଥିବା ସମୟରେ ଲୋକଙ୍କ ସମସ୍ୟା ପଚାରି ବୁଝିବା ନିମନ୍ତେ ଗୁଣୁପୁର ଉପଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଗତ ଡିସେମ୍ବର ମାସ ୨ ତାରିଖରେ ଯାଇ ପହଞ୍ଚିଲେ ବୁଡୁବାଲିପଞ୍ଚାୟତ ଏହି ଆପହଞ୍ଚ ଇଲାକାର ଅଣ୍ଡେଙ୍ଗି, ପେନାକ୍ଡାଉ, କୁରୁମୁଗୁଡା, ଗହିଗୁଡା ଓ ଡେମ୍ବାଗୁଡି ଗ୍ରାମରେ ।
ଏହା ଦେଖି ଲୋକଙ୍କ ମନରେ ଆନନ୍ଦ ହୋଇଥିଲା । ଯାହା ହେଉ ଏଥର ଆମର ପାଣି ସମସ୍ୟା ଦୂର ହୋଇଯିବ । ଏହିପରି ଭାବରେ ଗ୍ରାମର ଲୋକମାନେ ଉପଜିଲ୍ଲାପାଳ ଶ୍ରୀ ସୋନାଲ ଙ୍କୁ ନଳକୂପ ରିପାରିଙ୍ଗ କରିବା ସହ ସଲରପମ୍ପ ନିମନ୍ତେ ଗୁହିରି କରିଥିଲେ । ଉପଜିଲ୍ଲାପାଳ ମୋହଦୟ ଚନ୍ଦ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଜର୍ଜ ଡୁଙ୍ଗ ଡୁଙ୍ଗ ଙ୍କୁ ଏହି ଗ୍ରାମର ପାଣି ସମସ୍ୟାର ସମାଧାନ ନିମନ୍ତେ କହଥିଲେ ।
କିନ୍ତୁ ପଞ୍ଚାୟତ କିମ୍ବା ବ୍ଲକ ପ୍ରସାସନିକ ଏଥିରେ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନେଲେ ନାହିଁ । ଯାହାଫଳରେ ଲୋକଙ୍କ ସମସ୍ୟା ସମସ୍ୟାରେ ହିଁ ରହିଲା । ଏଣୁ ଉପସ୍ଥିତ ପ୍ରସାସନ ଏଥି ପ୍ରତି ଦ୍ରୁଷ୍ଟି ଦେଇ ସମସ୍ୟାର ସମାଧାନ ନିମନ୍ତେ ନିବେଦନ କରିଛନ୍ତି ।






