ଆସିକା ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

53

ଆସିକା, ୨୬/୯(ଖିରୋଦ ଚନ୍ଦ୍ର ବେହେରା) : ଦେଶରେ ଅର୍ଥନିତୀ ଅଭିବୃଦ୍ଧି ଅଚାନକ ହ୍ରାସ ଓ ୩୭୦ ଧାରା , ବୈଦେଶିକ ନିତି ସଫଳତାକୁ ଭିତିକରି ଦେଶବ୍ୟାପି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜନ ସଚେତନତା କରିବା ଉଦେ୍ଧଶ୍ୟ ନେଇ ବିଜେପି କେନ୍ଦ୍ରିୟ ନିଷ୍ପତି ଅନୁଯାୟୀ ଆଜି ଆସିକା ସଂସଦୀୟକ୍ଷେତ୍ର ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଟାଉନ ହଲ ଠାରେ ଅନୁଷ୍ଟିତ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ କାର୍ଯ୍ୟକାରିଣି ବିରଷ୍ଠ ସଦସ୍ୟ ତଥା ବିଜେପି ଘୁମୁସର ଜିଲ୍ଲା ସଭାପତି ସୂର୍ଯ୍ୟନାରାୟଣ ଦାଶଙ୍କ ତତ୍ୱାବାଧାନରେ ଅନୁଷ୍ଟିତ ହେଇଥିଲା ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ବିରିଷ୍ଠ ବିଜେପି ନେତ୍ରୀ ଅନିତା ପ୍ରିୟଦର୍ଶନି ପଟ୍ଟନାୟକ,ପୂର୍ବତନ ବିଧାୟକ ଦେବରାଜ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ତଥା କବିସୂର୍ଯ୍ୟନଗର ବିଧାୟିକ ପ୍ରାର୍ଥୀ ରଞ୍ଜନ କୁମାର ପୋଲାଇ, ପୋଲସରା ନିର୍ବାଚନ ମଣ୍ଡଳିର ଗୋକୁଳା ନନ୍ଦ ମଲ୍ଲିକ, ସୋରଡା ବିଜେପି ବିଧାୟକ ପ୍ରାର୍ଥି ନୀଳମଣି ବିଷୋୟୀ, ଖଲ୍ଲିକୋଟ ବିଜେପି ବିଧାୟକ ପ୍ରାର୍ଥି ଭାରତୀ ବେହେରା, ବିଜେପି ଗଞ୍ଜାମ ଅବସର ସାମରିକ କର୍ମଚାରୀ ସେଲ ଆବାହକ ବ୍ରିଗେଡିୟର ଅଭିମନ୍ୟୁ ରାଉତ, ବିଜେପି ଜିଲ୍ଲା ଉପସଭାପତି ଦୁର୍ଗାଚରଣ ପଟ୍ଟନାୟକ, ଜିଲ୍ଲା କାର୍ଯ୍ୟକାରିଣି ସଦସ୍ୟ ପ୍ରଶାନ୍ତ ଚର୍ଚ୍ଚି, ଯୁବ ବିଜେପି ନେତା ବିଦ୍ୟାନ୍ତ ଚର୍ଚ୍ଚି, ବରିଷ୍ଠ ବିଜେପି ନେତା ବିପିନ ବିହାରୀ ପାଢୀ ପ୍ରମୁଖ ଯୋଗ ଦେଇଥିଲେ ।

୩୭୦ ଧାରା ଉଚ୍ଚେଦ , ଦେଶ ଓ ବିଦେଶରେ ଉଚ୍ଚ ପ୍ରଶଂସା, ଅର୍ଥନୀତିକ ମାନ୍ଦା ଅବସ୍ଥା ଦୂର ପାଇଁ ଭାରତୀୟ ଶିଳ୍ପପତି କ୍ଷେତ୍ରରେ ବ୍ୟବସାୟ ପାଇଁ ୧ ଲକ୍ଷ ୪୮ ହଜାର କୋଟି ରିହାତି, ଏକକ ରାଷ୍ଟ୍ର ଓ ଏକକ ସମ୍ବିଧାନ, ନରେନ୍ଦ୍ର ମୋଦିଙ୍କ ଐତିହାସିକ ପଦକ୍ଷେପକୁ ଆମ୍ଭ ମାନଙ୍କ ସମସ୍ତ ପ୍ରକାର ସହଯୋଗ ରହିିବା ପାଇଁ ଆହ୍ୱାନ ଦିଆଯାଇଥିଲା । ନୂଆ ଭାରତ ଗଠନ ପାଇଁ ଅନେକ ଦିନର ସ୍ୱପ୍ନକୁ ସାକାର କରିବା ପାଇଁ ବିଶ୍ୱର ଏକ ପ୍ରଭାବାଶାଳି ରାଷ୍ଟ୍ର ହେବା ପାଇଁ ନିନ୍ଦୁକ ଗୋଷ୍ଠୀର ନିତିକୁ ପରିହାର କରି ତ୍ୟାଗ ଓ କଷ୍ଟ ସହିବାକୁ ହେବ ବୋଲି ମତ ବ୍ୟକ୍ତ କରିଥିଲେ । ଦେଶରେ ଯୁଦ୍ଧ ଭୟ ଦେଖାଉଥିବା ପାକିସ୍ତାନକୁ ଦୃଢ ନିନ୍ଦା କରାଯାଇଥିଲା । ଆତଙ୍କବାଦ, ଦୁର୍ନିତୀ ଓ ସୁବିଧାବାଦିଙ୍କ ବିରୁଦ୍ଧରେ ବିଜେପି ଲଢେଇ ଜାରି ରଖିବା ନେଇ ଆହ୍ୱାନ ଦେଇଥିଲେ ।

ଆସନ୍ତା୨୭ ତାରିଖରେ ରାଜ୍ୟ ବିଜେଡି ସରକାର କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ପ୍ରକୃତ ହିତାଧିକାରୀଙ୍କୁ ପଡି କାର୍ଡ ପ୍ରଦାନ ନକରିବା, କାଳିଆ ଯୋଜନାରେ କୋଟି କୋଟି ଆତ୍ମସାତ କରିବା, କେନ୍ଦ୍ର ସରକାରଙ୍କର ସ୍ୱାସ୍ଥ୍ୟ ବୀମାକୁ ରାଜ୍ୟରେ ଲାଗୁ କରୁନଥିବା ବିଜେଡି ସରକାରଙ୍କ ବିରୁଦ୍ଧରେ ରାଜ୍ୟର ସମସ୍ତ ବ୍ଲକ ଓ ଏନଏସି ଠାରେ ବିଜେପି ପକ୍ଷରୁ ବିରାଟ ବିକ୍ଷୋଭ କରି ଜନ ସଚେତନତା ଗଢି ତୋଳିବା ପାଇଁ ଘୋଷଣା କରିଥିଲେ । ଆସିକା ବ୍ଲକ ଓ ଏନଏସିରେ ଆସନ୍ତା ୨୭ ତାରିଖ ଦିନ ଏକ ବିକ୍ଷୋଭ ଗ୍ରହଣ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ସେହିଭଳି ଅକ୍ଟୋବର ୨ରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ରାଜ୍ୟର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ ୧୧ ତାରିଖ ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଟିତ ପାଇଁ ଏହି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ ।