Saturday, October 10, 2026
Home Uncategorized ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀକୁ ଉଦଘାଟିତ କଲେ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା

ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀକୁ ଉଦଘାଟିତ କଲେ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା

130
sanatan nayak

ମୁନିଗୁଡା,(ସନାତନ ନାୟକ): ଆଜି ଦକ୍ଷିଣ ଓଡ଼ିଶାର ସାରସ୍ୱତ ସମ୍ମାନ”ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ”ର ଦୁଇ ଦିନ ବ୍ୟାପି କାର୍ଯ୍ୟକ୍ରମକୁ ମୁନିଗୁଡାର ସୁଭଦ୍ରା-ଉଦ୍ଧବ ମଙ୍ଗଳ ଭବନରେ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଶୁଭ ଉଦଘାଟନ କଲେ। ଏହି କାର୍ଯ୍ୟକ୍ରମର ଦୂତୀୟ ଅଧିବେଶନ ଆଲୋଚନା ଚକ୍ରକୁ ସମ୍ମିଳନୀର ସତୀର୍ଥ ମହାମହିମ ଆନ୍ଦ୍ର ପ୍ରଦେଶର ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ବଭୂଷଣ ହରିଚନ୍ଦନ ବର୍ଚୁଆଲ ଉଦଘାଟନ କରିଥିଲେ। ମନ୍ତ୍ରୀ ଶ୍ରୀ ସାରକାଙ୍କ ସହିତ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମିଶ୍ର, ମହାସଚିବ ଶ୍ରୀଯୁକ୍ତ ଦଣ୍ଡପାଣି ମହାପାତ୍ର,କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ବିଦ୍ୟୁତପ୍ରଭା ସାହୁ, ଉପସଭାପତି ଗୌରାଙ୍ଗ ଚରଣ ରାଉତ,ଅଭ୍ୟର୍ଥନା କମିଟିର ସଭାପତି ଶ୍ରୀ ରାମଚନ୍ଦ୍ର ବେହେରା,ସମାଜ ସେବୀ ପ୍ରମିଳା ସ୍ବାଇଁ,ଜିଲ୍ଲା ଆବାହକ ଶ୍ରୀ ହୃଷିକେଶ ଜାଲି ପ୍ରମୁଖ ଉପସ୍ଥିତ ରହିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ,ଦୀପଦାନ କରି ଦକ୍ଷିଣ ଓଡିଶା ସାହିତ୍ୟ ମହାକୁମ୍ଭ କୁହା ଯାଉଥିବା ଏହି ସମ୍ମିଳନୀର ଆରମ୍ଭକୁ ଉଦଘାଟିତ କରିଥିଲେ।ମୁନିଗୁଡ଼ାରେ ଆୟୋଜିତ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀକୁ ମୁନିଗୁଡା ସାହିତ୍ୟ ସାଂସଦ ଆୟୋଜନ କରିବା ସହିତ ତା’ର ତ୍ରୟ ମାସିକ ସାହିତ୍ୟ ପତ୍ରିକା “ଡଙ୍ଗରର ପ୍ରତିଧ୍ୱନି”କୁ ପତ୍ରିକାର ମୁଖ୍ୟ ସମ୍ପାଦକ ଶ୍ରୀ ମନୋରଞ୍ଜନ ଦଳାଇ ମନ୍ତ୍ରୀ ଶ୍ରୀଯୁକ୍ତ ସାରକାଙ୍କ ହସ୍ତରେ ଉନ୍ମୋଚନ କରାଇଥିଲେ।ସେହିପରି ସ୍ବେସ୍ଛାସେବୀ ଅନୁଷ୍ଠାନ ଶିକ୍ଷା ସନ୍ଧାନର ମୁଖପତ୍ର “ଶିଖା”ର ସହ ସମ୍ପାଦକ ଡ଼. ଚନ୍ଦନ ସିଂ,ଅରୁଣ କୁମାର ପ୍ରଧାନଙ୍କ “ଅଗ୍ନିରୁପା”,

ମୁନିଗୁଡାର ପ୍ରତିଷ୍ଠିତ କବି ପି.ସୁଧାକର ପାତ୍ରଙ୍କ ଅନବେଦ୍ୟ ସାହିତ୍ୟ ସୃଷ୍ଟି “ଛନ୍ଦା ଚରଣେ ଶରଣ”,ଡ଼.ବିଦ୍ୟୁତପ୍ରଭା ସାହୁଙ୍କ ସ୍ୱରଚତ ପୁସ୍ତକ “ପଞ୍ଚଦଶ” ଓ ଅନ୍ୟତମ “ନୀତିଶତାଞ୍ଜଳି” କୁ ମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।ଦକ୍ଷିଣ ଓଡ଼ିଶାର ସ୍ୱାଭିମାନ,ସାହିତ୍ୟ,ସଂସ୍କୃତି ଓ ଜନଜୀବନର ସ୍ରୋତଶ୍ୱିନୀ ପତିତପାବନି ଗଙ୍ଗା ହେଉଛି ଦକ୍ଷିଣ ଓଡ଼ିଶାର ଏହି ସାରସ୍ୱତ ସଙ୍ଗମ “ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ” ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ସାରକା କହିବା ସହ ସେ ଏହି ମାଟିର ପିଲା ହୋଇଥିବାରୁ ନିଜକୁ ଗର୍ବ ଅନୁଭବ କରନ୍ତି ଏହାର ଉତ୍ତୋରତର ଉନ୍ନତି ପାଇଁ ସେ ନିଶ୍ଚେ ଚେଷ୍ଟା କରିବେ ବୋଲି କହିଥିଲେ।ଡ଼ଙ୍ଗରର ପ୍ରତିଦ୍ବନି ପାହାଡର ବିଶାଳତା,ଝରଣାର କୁଳୁକୁଳୁ ସଙ୍ଗୀତ, ଜଙ୍ଗଲର ଶାନ୍ତ
ସବୁଜିମା ମୟ ପରିବେଶ, ପଶୁପକ୍ଷୀ ମାନଙ୍କ କାକାଳୀ ଆଉ ହେଣ୍ଟାଳ ଦକ୍ଷିଣ ଓଡ଼ିଶାର କବି,ଲେଖକ ମାନଙ୍କ ଲେଖାର ସୁନ୍ଦର ଉପାଦାନ ଯାହାକି ଲେଖକର ସ୍ୱପ୍ନରେ ନୁହେଁ ବରଂ ଅଙ୍ଗାଅଙ୍ଗୀ ଅନୁଭବର ଉପଲବ୍ଧ ବୋଲି ଅନ୍ୟତମ ବକ୍ତା ତଥା ସାହିତ୍ୟ ସମ୍ମିଳନୀରେ ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମିଶ୍ର କହିଥିଲେ।ଓଡ଼ିଆ ଦୁରଦର୍ଶନର ସୁନ୍ଦର ଭାଷ୍ୟକାର,ସୁପ୍ରତିଷ୍ଠିତ ଲେଖକ ସଂଯୋଜକ,ଭାଷାବିତ ଡ଼. ବୀଣାପାଣି ଚୌଧୁରୀଙ୍କ ସାରସ୍ୱତ ପ୍ରତିଭାକୁ ସମ୍ମାନ ଜଣାଇ ସମ୍ମିଳନୀ ତରଫରୁ ମହିୟସୀଙ୍କୁ ମନ୍ତ୍ରୀ ଶ୍ରୀଯୁକ୍ତ ସାରକା ସମ୍ମାନିତ ଓ ସମ୍ବୋର୍ଧିତ କରିଥିଲେ।ଦୂତୀୟ ଅଧିବେଶନରେ ଓଡ଼ିଆ ପତ୍ର ପତ୍ରିକାର ସ୍ଥିତି,ବିକାଶକୁ ନେଇ ଆଲୋଚନା ଚକ୍ର କାର୍ଯ୍ୟକାରୀ ସଭାପତି ବିଦ୍ୟୁତପ୍ରଭା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମହା ସଚିବ ତଥା ବରିଷ୍ଠ କବି, ଲେଖକ ଶ୍ରୀଯୁକ୍ତ ଦଣ୍ଡପାଣି ମହାପାତ୍ର, ସାହିତ୍ୟିକ,ଗବେଷକ ଭଗବାନ ଗୌଡ଼,ବିଦ୍ୟାଭୂଷଣ ମହାନ୍ତି,ଏସିଆନ ଏଜର ଏଡିଟର ଅକ୍ଷୟ କୁମାର ସାହୁ,ଶିକ୍ଷାବିତ ଅକ୍ଷୟ ରଥ,ଅଧ୍ୟାପକ ହୃଷିକେଶ ଜାଲି,ସ୍ତମ୍ବକାର ମନୋରଞ୍ଜନ ଦଳାଇ,ସମାଜସେବୀ ଗୌରାଙ୍ଗ ଚରଣ ରାଉତ, ରାଜନୀତିଜ୍ଞ ରାମଚନ୍ଦ୍ର ବେହେରା ପ୍ରମୁଖ ଭାଗ ନେଇ ସ୍ୱ ସ୍ୱ ମତ ରଖିଥିଲେ।ଏହି କାର୍ଯ୍ୟକ୍ରମକୁ କବି ଉତ୍ତମ ଦାସ ଓ ଅକ୍ଷୟ ରଥ ସଂଯୋଜନା କରିଥିବା ବେଳେ ଉପାଧକ୍ଷ ଗୌରାଙ୍ଗ ଚରଣ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ମୁନିଗୁଡା ସାହିତ୍ୟ ସଂସଦର କାର୍ଯ୍ୟାଳୟ ସମ୍ପାଦକ ଅଜିତ ମହାରଣା,ସହ ସମ୍ପାଦକ ବିଜୟ ମିଶ୍ର,ଅନନ୍ତ ସାମନ୍ତ,ଉପାଧକ୍ଷ ପି.ସୁଧାକର ପାତ୍ର,ଗୌରାଙ୍ଗ ପଳତା,କୃଷ୍ଣ ମିଶ୍ର,ଚନ୍ଦନ ସିଂ,ସନାତନ ନାୟକ ,ଧନୁ କୁସୁଲିଆ ,କବି ଅରୁଣ ସାହୁ, ପ୍ରମୁଖ ଅନେକ କବି କବୟିତ୍ରୀ ପରିଚାଳନାରେ ସହଯୋଗ କରିଥିଲେ।