Home ଜିଲ୍ଲା କନ୍ଧମାଳ ଶୀର୍ତ୍ତିଗୁଡାଠାରେ ଶ୍ରୀ ଚୈତନ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ

ଶୀର୍ତ୍ତିଗୁଡାଠାରେ ଶ୍ରୀ ଚୈତନ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ

148

ବାଲିଗୁଡା,(ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲା ଶୀର୍ତ୍ତିଗୁଡା ଠାରେ ଚାଲିଥିବା ଶ୍ରୀ ଚୈତନ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସମାପ୍ତ ହୋଇଯାଇଛି |ଏହି ଟୁର୍ଣ୍ଣାମେଣ୍ଟରେ କନ୍ଧମାଳ ଜିଲ୍ଲାର ମୋଟ 16 ଗୋଟି ଟିମ ଭାଗନେଇଥିଲେ | ଏହି ଟୁର୍ଣ୍ଣାମେଣ୍ଟକୁ ଶ୍ରୀ ଚୈତନ୍ୟ କମିଟି ଆୟୋଜନ କରିଥିଲେ | ଟୁର୍ଣ୍ଣାମେଣ୍ଟରେ ସୋନି ସ୍ପୋର୍ଟ୍ସର ମାଲିକ ନିହାର ରଞ୍ଜନ ନାୟକଙ୍କ ନେତୃତ୍ୱରେ ବିଭିନ୍ନ ପ୍ରକାର ସାମଗ୍ରୀ ଯୋଗାଇଥିଲେ | ଏଥିରେ ମ୍ୟାଚ କନ୍ଧମାଳ ଜିଲ୍ଲା ମହିଳା ଟିମ ସହ ନବରଙ୍ଗପୁର ମହିଳା ଟିମ ସହିତ ହୋଇଥିଲା |

ଏହି ମ୍ୟାଚରେ ନବରଙ୍ଗପୁର ବିଜୟୀ ହୋଇଥିଲା |ଏହି ଉଦଯାପନୀ ମ୍ୟାଚରେ ଟିକାବାଲି ବ୍ଲକ ଆର୍ଜେଡି ଓ କନୂଆଗାଁ ବ୍ଲକ ସାଈନପଡ଼ା ସହିତ ଖେଳ ହୋଇଥିଲା ମ୍ୟାଚରେ ପେନାଲଟି ସଟରେ ୫ -୩ ଗୋଲରେ ସାଇନପଡ଼ା ବିଜୟୀ ଲାଭ କରିଥିଲା | ଏଥିରେ ମୁଖ୍ୟ ଅତିଥି ବାଲିଗୁଡ଼ା ବିଧାୟକ ଶ୍ରୀ ଚକ୍ରମଣି କହଁର ଯୋଗଦେଇଥିଲେ | ସମ୍ମାନିତ ଅତିଥି ଭାବରେ କ ନୂଆଗାଁ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁଲୋଚନା ଦଳବେହେରା, ସାଇନପଡ଼ା ସରପଞ୍ଚ, ଶୀର୍ତ୍ତିଗୁଡା ସରପଞ୍ଚ, କଞ୍ଜାମେଣ୍ଡି ସରପଞ୍ଚ ଯୋଗଦେଇଥିଲେ | ଉଦଯାପନୀ ମ୍ୟାଚ ଦେଖିବାକୁ ବହୁ ସଂଖ୍ୟାରେ ଦର୍ଶକ ଆସିଥିଲେ |