
ବାଲିଗୁଡା,(ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ଅଧିନସ୍ଥ କଂଜାମେଣ୍ଡି ଗ୍ରାମପଂଚାୟତ ର ଦାରିଙ୍ଗବାଡି ଛକ ସ୍ଥିତ ରାଧାକୃଷ୍ଣ ମଠ ରେ ବିଶ୍ୱ ହିନ୍ଦୁ ପରିଷଦ (କନ୍ଧମାଳ)ପକ୍ଷରୁ ପ୍ରଖଣ୍ଡ ସ୍ତରୀୟ କାର୍ଯ୍ୟକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲା କାର୍ଯ୍ୟକାରୀ ସଭାପତି ମା. ଯୋଗୀରାଜ ଜୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକ ରେ ଉପସ୍ଥିତ କାର୍ଯ୍ୟକର୍ତ୍ତା ଙ୍କ ସହମତି କ୍ରମେ କ. ନୂଆଗାଁ ପ୍ରଖଣ୍ଡ ସଭାପତି ଭାବେ ସୁଦାମ ନାୟକ, କାର୍ଯ୍ୟକାରୀ ସଭାପତି ସନ୍ତୋଷ ପାଣିଗ୍ରାହୀ, ଉପସଭାପତି ଇନ୍ଦ୍ରମଣି ପ୍ରଧାନ, ସମ୍ପାଦକ ବିଜୟ କୁମାର ସାହୁ ଓ ସହ ସମ୍ପାଦକ ଫିଲ୍ଲିପ କୁମାର ମଲ୍ଲିକ ମନୋନୀତ ହୋଇଛନ୍ତି | ସେହିପରି ବଜରଙ୍ଗ ଦଳ ର ସହ ସଂଯୋଜକ ଭାବେ ବାସୁଦେବ ବିଶୋଇ ମନୋନୀତ ହୋଇଛନ୍ତି | ଉକ୍ତ ବୈଠକ ରେ ବିଶ୍ୱ ହିନ୍ଦୁ ପରିଷଦ ର କନ୍ଧମାଳ ଜିଲ୍ଲା ଉପସଭାପତି ସରୋଜ କାନ୍ତ ପଟ୍ଟନାୟକ, ଗୋରକ୍ଷା ପ୍ରମୁଖ ନିରଞ୍ଜନ ମହାନ୍ତି ପ୍ରମ୍ମୁଖ ଉପସ୍ଥିତ ରହିଥିଲେ



