Thursday, October 15, 2026
Home ଅପରାଧ ତିନି ବର୍ଷର ଅପହୃତା ଝିଅକୁ ଉଦ୍ଧାର କଲା ରାୟଗଡା ଜିଲ୍ଲା ପୋଲିସ ବାପା ନିଜେ...

ତିନି ବର୍ଷର ଅପହୃତା ଝିଅକୁ ଉଦ୍ଧାର କଲା ରାୟଗଡା ଜିଲ୍ଲା ପୋଲିସ ବାପା ନିଜେ ହିଁ କରିଥିଲା ଅପହରଣ ଦୁଇ ଗିରଫ

181

ବିଷମ କଟକ,(ପ୍ରସନ କୁମାର ପଣ୍ଡା): ଗତ 15 ତାରିଖ ଦିନ ଆମ୍ବଗୁଡ଼ା ଗ୍ରାମ ରେ ଏକ ତିନି ବର୍ଷ ର ଝିଅ କୁ କିଛି ଦୁର୍ବୁତ୍ତ ଅପହରଣ କରିଥିବା ଅଭିଯୋଗ ଖୋଦ ଅପହୃତା ଝିଅର ଆଈମା ପୁଲମା କୋଣ୍ଡାଗିରି ରାୟଗଡା ଥାନା ରେ ଏକ ଏତଲା ଦେଇ ଥିଲେ ରାୟଗଡା ପୋଲିସ ଖୋଦ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡକ୍ତର ଏମ ଶ୍ରଵଣ କୁମାର ଙ୍କ ନିର୍ଦେଶ ଅନୁଯାୟୀ ଖୋଳତାଡ଼ କରିବା ପରେ ଆଜି ଗୁମା ଗ୍ରାମପଞ୍ଚାୟତ ର କୋଂବେସା ଗ୍ରାମରୁ ପିଣ୍ଟୁ ସାରକା ଙ୍କ ଘରୁ ଉଦ୍ଧାର କରିଥଲେ ଏବଂ ଅପହରଣକାରୀ ନିଜେ ଝିଅ ର ବାପା ଏବଂ ଅନ୍ୟ ଜଣେ ସହଯୋଗୀ ଥିବା ପୋଲିସ ସୂଚନା ଦେଇଛି |

ଅଭିଯୁକ୍ତ ମାନେ ହେଲେ ଅପହୃତା ଝିଅର ବାପା ଦୋରା କୋଣ୍ଡାଗୋରୀ ଏବଂ ଅନ୍ୟ ସହଯୋଗୀ ଗଜେନ୍ଦ୍ର ହୁଇକା ଉଭୟ ଙ୍କ ବିରୁଦ୍ଧରେ ଦଫା 365 ଏବଂ 34 IPC ଧାରା ରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡକ୍ତର ଶ୍ରବଣ ବିବେକ ସୂଚନା ଦେଇଛନ୍ତି।ଏବଂ କାହିଁକି ଏବଂ କୋଉ ଉଦେଶ୍ୟ ରେ ନିଜ ଝିଅ କୁ ଅପହରଣ କରାଯାଇଛି ତାର ତଦନ୍ତ କରାଯିବ ବୋଲି ଜଣାଇଛନ୍ତି । ଏମାନଙ୍କ ଠାରୁ ଗୋଟିଏ ବାଇକ OD 18 C 5772 କୁ ମଧ୍ୟ ପୋଲିସ ଜବତ କରିଛି | ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏହି ଘଟଣା ଏକ ମିଛ ନାଟକ ବୋଲି ଜଣାଇଛନ୍ତି ।