Thursday, November 12, 2026
Home ଜିଲ୍ଲା ଭାରତୀୟ ଜନତା ପାର୍ଟି ମଣ୍ଡଳ ପ୍ରଶିକ୍ଷଣ ଶିବିର

ଭାରତୀୟ ଜନତା ପାର୍ଟି ମଣ୍ଡଳ ପ୍ରଶିକ୍ଷଣ ଶିବିର

168

ଜଟଣୀ,(ଖୋର୍ଦ୍ଧା ଜିଲ୍ଲା-ସଞ୍ଜୀବ କୁମାର): ଭାରତୀୟ ଜନତା ପାର୍ଟି(ଭାଜପା)ର ଜଟଣୀ ବିଧାନସଭା କ୍ଷେତ୍ରର ମଣ୍ଡଳ ପ୍ରଶିକ୍ଷଣ ଶିବିର ଶୁକ୍ରବାର ସରାଫ ଧର୍ମଶାଳାଠାରେ ଆୟୋଜିତ ହୋଇଯାଇଛି । ଏହି ପ୍ରରିପ୍ରେକ୍ଷୀରେ ଜଟଣୀ ବିଧାନସଭା କ୍ଷେତ୍ର ମଣ୍ଡଳଗୁଡିକର କର୍ମକର୍ତାମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା । ଏଥିରେ ଭାଜପାର ଇତିହାସ ଓ ବିକାଶ । ଭାଜପା ପରିବାର ମଧ୍ୟରେ ବିଚାର ଏବଂ ଆମର ଦାୟିତ୍ୱ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିବା ବେଳେ ଭାରତର ବୈଚାରିକ ମୂଖ୍ୟଧାରା ଆମର ବିଚାରଧାରା ଉପରେ ଆଲୋକପାତ କରାଯାଇଥିଲା ।

ବ୍ୟକ୍ତିର ବିକାଶ ଏବଂ ଗତ ୬ବର୍ଷ ମଧ୍ୟରେ ହୋଇଥିବା ଅନ୍ତୟୋଦୟୀ ପ୍ରଜତ୍ନ ଇତ୍ୟାଦି ପ୍ରଶିକ୍ଷଣ ଦିଆଯାଇଥିଲା । ସେହିପରି ରାଷ୍ଟ୍ରୀୟ ସୁରକ୍ଷା ଓ ସାମର୍ଥ୍ୟ ସହିତ ଆତ୍ମ ନିର୍ଭରତା ଉପରେ ଆଲୋଚନା ହୋଇଥିଲା । ସୋସିଆଲ ମିଡିଆର ପ୍ରଭାବୀ ଉପଯୋଗ ସହିତ କାର୍ଯ୍ୟ ପଦ୍ଧତିଏବଂ ସଂଗଠନ ସଂରଚନାରେ ଆମ ଭୂମିକା ଭିତିକ ଆଲୋଚନା ହୋଇଥିଲା । ରାଜ୍ୟ ରାଜନୈତିକ ପୃଷ୍ଠଭୂମି ଏବଂ ଭାଜପାର ଭୂମିକା ଉପରେ କର୍ମିମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ତଥା ଖୋର୍ଦ୍ଧାଜିଲା ପ୍ରଭାରୀ ଭୃଗୁବକ୍ସି ପାତ୍ର,ରାଜ୍ୟ ପ୍ରବକ୍ତା ସୁଦୀପ୍ତ ରାୟ,ବିଧାୟକ ପ୍ରାର୍ଥୀ ବିଶ୍ୱରଂଜନ ବଡଜେନା,ଜିଲା ସଭାପତି ବକ୍ସିରଂଜନ ମହାପାତ୍ର, ମହିଳାମୋର୍ଚ୍ଚା ଜିଲାସଭାପତି ପ୍ରବୀଣା ଭଂଜଦେଓ,ଜଟଣୀ ନଗରସଭାପତି ତିରୁପତୀ ଶତପଥୀ,ରାଜ୍ୟ ସାଧାରଣ ସମ୍ପାଦକ ସୁରଜ ପାଇକରାୟଙ୍କ ସହିତ ଅନ୍ୟମାନଙ୍କ ମଧ୍ୟରେ ମନୋରଂଜନ ମାର୍ଥା,ସତିଶ ଶର୍ମା,ମହେଶ ମିଶ୍ର,ଅରବିନ୍ଦ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।