Home ଜିଲ୍ଲା ଖୋର୍ଦ୍ଧା ଧରାହେଲା ୨୦ ଗାଡି ବେଆଇନ ଚୋରା ବାଲି ଓ ପଥର ଚାଲାଣ ବେଳେ .

ଧରାହେଲା ୨୦ ଗାଡି ବେଆଇନ ଚୋରା ବାଲି ଓ ପଥର ଚାଲାଣ ବେଳେ .

548

ଜଟଣୀ,(ଖୋର୍ଦ୍ଧା ଜିଲ୍ଲା-ସଞ୍ଜୀବ କୁମାର): ଜଟଣୀ ତହସିଲ ଅଧିନସ୍ଥ ଜଟଣୀ ମୂଖ୍ୟ ରାସ୍ତା ଏବଂ ଆଖପାଖ ବିଭିନ୍ନ ଅଂଚଳରେ ଜଟଣୀ ତହସିଲ ପକ୍ଷରୁ ଇନଫୋର୍ସମେଂଟ ଚାଲିଥିଲା । ମାତ୍ର କାଲି ବିଳମ୍ବିତ ରାତିରେ ବେଆଇନ ଚୋରା ବାଲି ଏବଂ ମାଙ୍କଡାପଥର ଚାଲାଣ ହେଉଥିବା ନେଇ ତହସିଲଦାର ତପନ କୁମାର ମହାପାତ୍ର, ଆଡିସନାଲ ତହସିଲଦାର ଦିଲିପ କୁମାର ଷଡଙ୍ଗୀ ଓ ସୁଭେନ୍ଦୁ କୁମାର ସାହୁ ସୁଚନାପାଇ ଚଢାଉ କରିଥିଲେ ।

ତେବେ ଏ ନେଇ ବିଭିନ୍ନ ସ୍ଥାନରୁ ୧୦ଟି ମାଙ୍କଡାପଥର ବୋଝେଇ ଟ୍ରକ ଜବତ କରିଥିବା ବେଳେ ୨ଟି ମିନିଟ୍ରକ ଏବଂ ୨ଟି ବାଲି ବୋଝେଇ ହାଇୱା ଟ୍ରକକୁ ଜବତକରି ତହସିଲକାର୍ଯ୍ୟାଳୟକୁ ଆଣିଥିଲେ । ସେହିକ୍ରମରେ ୩ଦିନ ମଧ୍ୟରେ ଆଉ ୬ଟି ଗାଡିକୁ ଜବତ କରାଯାଇଥିଲା । ଚଳିତ ୪ଦିନ ମଧ୍ୟରେ ମୋଟ୨୦ଟି ଗାଡିକୁ ଜବତ କରାଯାଇଛି । ଜବତଗାଡିଗୁଡିକଠାରୁ ଜୋରିମାନା ଆଦାୟ କରାଯିବାପରେ ଛଡାଯିବ ବୋଲି ତହସିଲଦାର କହିଛନ୍ତି ।