
ଆସିକା, ୨୬/୯(ଖିରୋଦ ଚନ୍ଦ୍ର ବେହେରା) : ଆସିକା ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟରେ ଏକ ଦିବସୀୟ କ୍ୟାରିୟର କାଉନସିଲଂ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଧେଶକ୍ରମେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବା ବେଳେ ଯୁକ୍ତ ତିନି ଛାତ୍ରୀ ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ବ୍ରହ୍ମପୁର ଶାଖା ବନିକ ଶିକ୍ଷାନୁଷ୍ଟାନର ପ୍ରତିନିଧି ମାନଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ବନିକ ଶିକ୍ଷାନୁଷ୍ଠାନ ବ୍ରାଚଂ ମ୍ୟାନେଜର ପ୍ରବିଣ କୁମାର ପଣ୍ଡା, କାଉନସିଲର ବିଜୟ ରାମ ଛାତ୍ରୀ ମାନଙ୍କୁ ପାୱାର ପଏଟଂ ମାଧ୍ୟମରେ ଶିକ୍ଷା ସମାପ୍ତ ପରେ ଭବିଷ୍ୟତ କର୍ମ ନିର୍ବାଚନ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଗଣେଶ୍ୱର ମାଝିଙ୍କ ତତ୍ୱାବାଧାନରେ ଅନୁଷ୍ଟିତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଅଧ୍ୟାପକ ଡଃ. କେ.ଓଏମ. ନାରାୟଣ, କ୍ୟାରିୟର କାଉନସିଲଂ ସଂଯୋଜକ ଡଃ.ଲକ୍ଷ୍ମଣ କୁମାର ସୋରେନ,ଇଂରାଜୀ ଅଧ୍ୟାପିକା ଡଃ. ଲିନା ଲିଲିଆନ ସମେତ ମହାବିଦ୍ୟାଳୟ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ ରୁପାୟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରାୟ ଶହେରୁ ଉର୍ଦ୍ଧ ଛାତ୍ରୀ ଯୋଗ ଦେଇଥିଲେ ।



