
ବେଗୁନିଆପଡା,(ଦେବାଶିଷ ମହାରଣା):କୋଦଳା ତହସିଲ ଅନ୍ତର୍ଗତ ବୁରୁଝରୀ ପଂଚାୟତ କାର୍ୟ୍ୟାଳୟ ପରିସରରେ “ମୋ ଗାଁ ରେ ତହସିଲ” କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଲୋକଙ୍କ ଜମି ଜମା ସମ୍ୱନ୍ଧୀୟ କାର୍ୟ୍ୟ କୁ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ କୋଦଳା ତହସିଲଦାର ଶ୍ରୀ ଅବନୀ କୁମାର ସାହୁ ଙ୍କ ତତ୍ୱବାଧାନ ରେ ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ଏହି କାର୍ୟ୍ୟକ୍ରମ ର ଲକ୍ଷ୍ୟ ସୁବିଧା ଓ ଉର୍ଧେସ୍ୟ ସମ୍ବଧରେ ଲୋକଙ୍କୁ ଅବଗତ କରିଥିଲେ । ଉପସ୍ଥିତ ଅନ୍ୟ ମାନଙ୍କ ମଧ୍ୟରେ ବୁରୁଝରୀ ସରପଞ୍ଚ ଶ୍ରୀମତୀ କସ୍ତୁରୀ ପରିଡା,ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର ପରିଡା,ରାଜସ୍ୱ ନିରୀକ୍ଷକ ଦେବାଶିଷ ମାଝୀ, ଅମିନ କୈଳାଶ ଚନ୍ଦ୍ର ପ୍ରଧାନ, ଜଗନ୍ନାଥ ପଟ୍ଟନାୟକ,ରେକର୍ଡ ରକ୍ଷକ ଅନିତା କୁମାରୀ ନାୟକ, ସନ୍ତୋଷ କୁମାର ବେହେରା,କେଦାର ନାଥ ମନ୍ତ୍ରୀ, ନୀଳାଞ୍ଚଳ ସାହୁ ଙ୍କ ସମେତ ପଞ୍ଚାୟତ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଏହି କାର୍ୟ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ତହସିଲ ଜନିତ ସେବା ଯଥା ଘର ପଟା,ଗ୍ରାମକଣ୍ଟକ,ମ୍ୟୁଟେଶନ,ରେଜିଷ୍ଟ୍ରେସନ, ଜାତିଗ୍ରତ, ସ୍ଥାନୀୟ ବାସିନ୍ଦା ପ୍ରମାଣ ପତ୍ର,ଋଣ ପରିଶୋଧ,କିଷମ ପରିବର୍ତ୍ତନ ଆଦି ସେବା ଯୋଗାଈ ଦିଆଯାଇଥିଲା। ଏହି କାର୍ୟ୍ୟକ୍ରମ ରେ ମୋଟ ୧୦୭ ଟି ମାମଲା ପଞ୍ଜିକରଣ ହୋଇଥିବା ବେଳେ୧୩ ଟି ଜମି ପଟା ଓ ୧୯ ଟି ଈ.ପାଉତି ବଣ୍ଟନ କରାଯାଇଥିଲା ।


