
ଗଙ୍ଗାପୁର,(ଆସିକା) (ବ୍ୟୁରୋ): ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଗଙ୍ଗାପୁର ଶାସନରେ ଏକ ଅଭାବନୀୟ ଘଟଣା ଦେଖିବା କୁ ମିଳିଛି। ନବରତ୍ନପୁର ର ଜଣେ ପବିତ୍ର ପୋଲାଇ(୪୫) ନାମକ ଜଣେ ବ୍ୟକ୍ତି ଗଙ୍ଗାପୁର ଶାସନର ପାହାଡ଼ ପାଖରେ ଥିବା ଏକ ଚୋରାମଦ ଭାଟିରେ ମଦ ପନକରି ନିସସକ୍ତ ଭାବରେ ଥିବା ସମୟରେ ଗଙ୍ଗାପୁର ଶାସନର ଜଣେ କଥା କହି ପାରୁନଥିବା ୨୩ ବର୍ଷର ଯୁବତୀକୁ ଟେକି ନେଇ ପାହାଡ ଆଡକୁ ଯାଉଥିବା ସମୟରେ ସେଠାରେ କାମ କରୁଥିବା ଗ୍ରାମର କିଛି ଯୁବକ ଆସି ମଦ୍ୟପଙ୍କ କବଲରୁ ଭିନ୍ନକ୍ଷମ ଯୁବତୀକୁ ଉଦ୍ଧାର କରିଥିଲେ | ଏବଂ ଗ୍ରାମର ଲୋକେ ଆସମୀକୁ ଧରି ଆସିକା ପୋଲିସ କୁ ଖବର ଦେଇଥିଲେ। ଆସିକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଗଙ୍ଗାପୁର ସରପଂଚ ଲିଖିତ ଅଭିଯୋଗ କରିବାରୁ ଆସିକା ଥାନା କ୍ୟାସେ ନମ୍ବର 682/U/S 431/509/454 ଆଇପିସି ଧାରା ଅନୁସାରେ ଅଭିଯୁକ୍ତ କୁ କୋୖର୍ଟ ଫରୱାର୍ଡ଼ କରାଯଇଛି ବୋଲି ଆସିକା ଥାନାରୁ ସୂଚନା ମିଳିଛି |



