
ବିଷମକଟକ,(ପ୍ରସନ କୁମାର ପଣ୍ଡା): ଦୁର୍ଘଟଣା ଜଣେ ମୃତ୍ୟୁ ଜଣେ ଗୁରୁତର,ଏଭଳି ଏକ ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମ କଟକ ଥାନ ଅନ୍ତର୍ଗତ କୁମ୍ଭାର ଢ଼ାମୁଣି ପଞ୍ଚାୟତ ନୂଆ ଗାଁ ମୁଖ୍ୟ ରାସ୍ତା ନିକଟରେ ଏହି ଦୁର୍ଘଟଣା ଘଟିଛି । ବାଇକ୍ ଟି ଭାରସାମ୍ୟ ହରାଇ ଆମ୍ବ ଗଛରେ ପିଟି ହୋଇଛି । ଏହି ଦୁର୍ଘଟଣାରେ ଘଟଣା ସ୍ଥଳରେ ଜଣକର ମେତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତ ଯୁବକ ଅଜୟ ପ୍ରାସ୍କା ହେଇଥିବା ବେଳେ ଗୁରୁତର ହେଉଛନ୍ତି ଅକାଶ କୁମ୍ବୁରିକ ଏମାନଙ୍କ ଘର ବେଥିଆପୋଡ଼ ପଞ୍ଚାୟତ ର ଲିକିଟି ଗୁଡ଼ା ଗ୍ରାମ ବୋଲି ଜଣା ପଡ଼ିଛି । ସ୍ଥାନୀୟ ଲୋକେ 108 ଆମ୍ବୁଲେନ୍ସ କୁ ଖବର ଦେଇଥିଲେ କିନ୍ତୁ ଆମ୍ବୁଲେନ୍ସ ଉପଲବ୍ଧ ନଥିବାରୁ ଦିର୍ଘ ଦୁଇ ଘଣ୍ଟା ପର୍ଯ୍ୟନ୍ତ ସେଠାରେ ପଡି ରହିଥିଲେ । ଦୁର୍ଘଟଣା ଘଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯନ୍ତ୍ରଣାରେ ଚଟପଟ ହେଉଥିଲେ ମଧ୍ୟ କେହି ଜଣେ ହେଲେ ମାନବିକତା ଦେଖାଇଲେ ନାହିଁ ।ଶେଷରେ ବିଷମ କଟକ ପୋଲିସ ଖବର ପାଇ ଗୁରତର ଆକାଶ କୁ ନିଜ ଗାଡ଼ିରେ ଉଦ୍ଧାର କରି ବିଷମ କଟକ ଖିଷ୍ଟିଆନ ହସ୍ପିଟେଲ ରେ ଭର୍ତି କରି ନିଜ ମାନ।ବିକତା ପରିଚୟ ଦେଖାଇଛି । ଘଟଣା ସ୍ଥଳରୁ ମୃତ ଦେହ ଓ ବାଇକ୍ ଜବତ କରିବା ସହ ଏହାର ତଦନ୍ତ ଚଲାଇଛି ।


