
ବିଷମକଟକ/ମୁନିଗୁଡା,(ପ୍ରସନ କୁମାର ପଣ୍ଡା): ରାୟଗଡା ଜିଲ୍ଲାରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ତରଫରୁ ଶୌଚାଳୟ ବ୍ୟବହାର ଵୃଦ୍ଧି ଓ ସ୍ୱଚ୍ଛତାକୁ ନେଇ ଏକ ଜନ ଜାଗରଣ କାର୍ଯ୍ୟକ୍ରମ ବିଷମକଟକ ବ୍ଲକ ଝିଗିଡ଼ି ପଂଚାୟତର ପ୍ରସିଦ୍ଧ ଡୋକରା ଶିଳ୍ପୀ ଗ୍ରାମ ଝିଗିଦରେ ଅନୁଷ୍ଠିତ ହୋଇ ଯାଇଛି। ନାବାର୍ଡର ସହାୟତାରେ ଆୟୋଜିତ ଏହି କାର୍ଜ୍ଟାକ୍ରମକୁ କାର୍ଯ୍ୟକ୍ରମ ପରିଚାଳକ ଜବlମୟୀ ତ୍ରୀପାଠି ସଭାପତିତ୍ୱ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମନୋରଞ୍ଜନ ସ୍ୱାଇଁ ସମ୍ଭଳ ବ୍ୟକ୍ତି, ମହେଶ୍ୱର ବ୍ରହ୍ମଚାରୀ, କବିରାଜ ଉରଲାକl, କନକ ପୀଡ଼ିକାକା ପ୍ରମୁଖ ଯୋଗ ଦେଇଥିଲେ ମନୋରଞ୍ଜନ ସ୍ୱାଇଁ ଅବିଭାଷାଣରେ ଗ୍ରାମ୍ୟ ଜୀବନରେ ସ୍ୱଚ୍ଛତାର ଗୁରୁତ୍ୱ,ଶୌଚାଳୟ ବ୍ୟବହାର ବୃଦ୍ଧିକୁ ନେଇ ଅନେକ ଉପାଦେୟ
କଥାବସ୍ତୁ କହିବା ସହ ନିଜ ନିଜର ଦୈନନ୍ଦିନୀ ଜୀବନରେ ଏହାକୁ ଆପଣେଇ ପାରିଲେ ଆମେ ଏକ ସୁସ୍ଥ ପରିବାର,ସମାଜ ଆଉ ରାଷ୍ଟ୍ର ନିର୍ମାଣ କରି ପାରିବା ବୋଲି ମନ୍ତବ୍ୟ ରଖିଥିଲେ।ଅନ୍ୟତମ ବକ୍ତା ଜବମୟୀ ତ୍ରିପାଠୀ ଶୌଚାଳୟ ବ୍ୟବହାର ଫଳରେ ରୋଗମୁକ୍ତ ପରିବାର ହେବା ସହ ପରିବେଶ ପ୍ରଦ୍ୟୁଶଣ ମୁକ୍ତ ହେବ ବୋଲି ଗ୍ରାମବାସିଙ୍କୁ କହିଥିଲେ।ପ୍ରକାଶ ଥାଉକି ଝିଗିଡ଼ି ଗାଁ ଆଦିମ ସଭ୍ୟତାର ଧରୋହର ଡୋକରା କାରିଗରୀ ପାଇଁ ପ୍ରସିଦ୍ଧି ଏକ ପଲ୍ଲୀ ଅଂଚଳ।ମହାଶକ୍ତି ଫାଉଣ୍ଡେସନ ଏହି ଗ୍ରାମର ଅର୍ଥନୈତିକ ବିକାଶ ତଥା ବୁଡିଯିବାକୁ ବସିଥିବା ଡୋକରା କାରୀଗରୀକୁ ପୁନଃ ଉଦ୍ଧାର ପାଇଁ ଦୀର୍ଘ ଚାରି ବର୍ଷ ହେବ ଅହରହ ଉଦ୍ୟମ କରି ଆସିଛି। ଆଜି ଏହି ପଲ୍ଲୀ ଗାଁର ଶିଳ୍ପୀ ମାନଙ୍କ ହାତ ତିଆରି ଆଦିମ ଗହଣା ସାରା ଭାରତ ବର୍ଷରେ ଆଦୃତ ହେବାରେ ଲାଗିଛି।ଏହି ଗାଁକୁ ବାହ୍ୟ ମଳମୁକ୍ତ ତ୍ୟାଗ ଗ୍ରାମ ସହ ସ୍ୱଚ୍ଛତାମୟ ପରିବେଶ ସୃଷ୍ଟି କରିବାକୁ ମହାଶକ୍ତିର ଏହା ଏକ ମହା ଅଭିଯାନ ଥିଲା।ଏହି ଜନ ଜାଗରଣ କାର୍ଯ୍ୟକ୍ରମରେ ଅନେକ ମହିଳା ପୁରୁଷ ଭାଗ ନେଇଥିଲେ । ଶେଷରେ କବିରାଜ ଉରଲାକl ଧନ୍ୟବାଦ ଅର୍ପଣ କରିଥିଲେ।







