Thursday, October 15, 2026
Home ଜିଲ୍ଲା କନ୍ଧମାଳ ସମାଜ ସେବୀ ଙ୍କ ଅକାଳ ବିୟୋଗ

ସମାଜ ସେବୀ ଙ୍କ ଅକାଳ ବିୟୋଗ

100
RI/RIP/Google

ବାଲିଗୁଡା,(ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକର ସମାଜସେବୀ ତଥା ଅଗ୍ରଣୀ ଯୁବକ ସଂଘ କଳାଶ୍ରୀ ଯୁବ ସଂସଦର ପୂର୍ବତନ ସଭାପତି ଅଭିମନ୍ୟୁ ନାୟକଙ୍କର ଅକାଳ ବିୟୋଗ ହୋଇଛି। ସେ ଅଞ୍ଚଳର ଜଣେ କଳାକାର ଭାବେ ମଧ୍ୟ ତାଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କର ଅକାଳ ବିୟେଗ ଖବର ପାଇ ବହୁ ଅଞ୍ଚଳବାସୀ ଶେଷ ଦର୍ଶନ କରିବା ପାଇଁ ତାଙ୍କ ଘରେ ପହଞ୍ଚିଥିଲେ। ତାଙ୍କ ବିୟୋଗରେ ବର୍ତ୍ତମାନର କଳାଶ୍ରୀ ଯୁବ ସଂସଦର ସଭାପତି ମନୋଜ କୁମାର ସାବତଙ୍କ ସମେତ ସଂଘର ସମସ୍ତ କର୍ମକର୍ତ୍ତାମାନେ ଶୋକ ପ୍ରକାଶ କରିବା ସହିତ ଅମର ଆତ୍ମାର ସଦଗତି କାମନା କରିଛନ୍ତି।