Wednesday, July 29, 2026
Home ଅପରାଧ ଆଙ୍କୁଶପୁର ବୁଡିଘୋରା ଠାକୁରାଣୀ ମନ୍ଦିର ଠାରେ ବାଇକ ଭାରସାମ୍ୟ ହରେଇ ଦୃଘଟଣା ଦୁଇ ଯୁବକ ଆହାତ

ଆଙ୍କୁଶପୁର ବୁଡିଘୋରା ଠାକୁରାଣୀ ମନ୍ଦିର ଠାରେ ବାଇକ ଭାରସାମ୍ୟ ହରେଇ ଦୃଘଟଣା ଦୁଇ ଯୁବକ ଆହାତ

298

କୁକୁଡ଼ାଖଣ୍ଡି,(ରଞ୍ଜନ) : ଆଙ୍କୁଶପୁର ସଦରଥାନା ଏବଂ ବୁଡିଘୋରା ମଧ୍ଯଭାଗରେ ଆଜି ମାଧ୍ୟାନ୍ନ ସମୟରେ ଏକ ଦୃଘଟଣା ଘଟିଛି ଦୁଇ ଯୁବକ ଆହାତ ହୋଇଛନ୍ତି ଯୁବକ ମାନେ ରତ୍ନପୁର ଗ୍ରାମର ତଫାନଦାସ ବୟସ ପ୍ରାୟ(23)ରୁଦ୍ରଦାସ(21) ଦୁଇଯୁବକ ହୋଣ୍ଡା ସାଇନ ବାଇକ ନଂଓଡି0୭ଏଏଫ 8729 ଗାଡିରେ କୁକୁଡାଖଣ୍ଡି ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରେଇ ରାସ୍ତା ପାର୍ଶ୍ୱରେ ଥିବା ଇଟା ନିର୍ମିତ ଉଚାସ୍ଥାନ କୁ ଧକ୍କା ଦେବା ଫଳରେ ଉଭୟ ଆହାତ ହୋଇଥିଲେ l

ଘଟଣାସ୍ଥଳ ରେ ରହି ସୁରକ୍ଷା ଦାୟିତ୍ୱ ଥିବା ପୋଲିସ କୁ ଫୋନ ଯୋଗାଯୋଗ କରିବା ରୁ ଫୋନ କଲ ଗ୍ରହଣ କରିନଥିଲେ ଥାନାରେ ଥିବା ଅଧିକାରୀ ମାନେ l ସେହି ମାର୍ଗ ରେ ଯାଉଥିବା ବାବୁଲା ସାହୁ ନାମକ ଯୁବକ ଆହାତ ଯୁବକକୁ ସହଯୋଗ କରିବା ପାଇଁ ସେହି ଅଞ୍ଚଳର ଯୁବକଙ୍କୁ ନେଇ ଆମ୍ବୁଲାନ୍ସକୁ ଯୋଗାଯୋଗ କରି ଆହାତଯୁବକ ଙ୍କ ପରିବାର ବର୍ଗଙ୍କ ସହଯୋଗରେ ମେଡିକାଲ ସ୍ଥାନାନ୍ତର କରିଥିଲେ l