Home ଆଞ୍ଚଳିକ ଦକ୍ଷିଣପୁର ଧାନ ମଣ୍ଡିକୁ ଜିଲ୍ଲାପାଳଙ୍କ ଉପସ୍ଥିତରେ ଚାଷୀଙ୍କ ଦ୍ୱାରା ଉଦ୍ଘାଟନ

ଦକ୍ଷିଣପୁର ଧାନ ମଣ୍ଡିକୁ ଜିଲ୍ଲାପାଳଙ୍କ ଉପସ୍ଥିତରେ ଚାଷୀଙ୍କ ଦ୍ୱାରା ଉଦ୍ଘାଟନ

21
RI/Google

ବ୍ରହ୍ମପୁର ସଦର,(ଇ.ରଞ୍ଜନ): କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଦକ୍ଷିଣପୁର ସେବା ସମବାୟ ସମିତି ପକ୍ଷରୁ ଆୟୋଜିତ କାର୍ଯ୍ୟାଳୟ ବୁଧବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚଳିତ ବର୍ଷ ଚାଷୀଙ୍କ ଧାନବିକ୍ରୟ ହେବା କୁ ଥିବା ମଣ୍ଡିକୁ ଜିଲ୍ଲାପାଳ ଙ୍କ ଉପସ୍ଥିତ ରେ ଚାଷୀଙ୍କ ଦ୍ୱାରା ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମ ଚାଷୀଙ୍କ କଷ୍ଟଅର୍ଜିତ ଧାନ ବିକ୍ରୟ ପାଇଁ ରାଜ୍ୟ ସରକାର ଗ୍ରାମାଞ୍ଚଳ ରେ ଏହାକୁ ସଫଳ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଆଜି କୁକୁଡାଖଣ୍ଡିବ୍ଲକର ଦକ୍ଷିଣପୁର,ଜଗଦଳପୁର,ଲୋଚାପୋଡା ସମେତ ଅନେକ ପଞ୍ଚୟାତରେ ମଣ୍ଡି ଚାଷୀ ଙ୍କ ଉପସ୍ଥିତ ରେ ଉଦ୍ଘାଟନ କରିଥିଲେ ଦକ୍ଷିଣପୁର ରେ ପ୍ରଥମ ଟୋକେନଧାରୀ ଚାଷୀ ଅରକ୍ଷିତ ଗୌଡ଼ ନାମକ ଜଣେ ଚାଷିଙ୍କୁ ଚକ୍ଷୁ ବାୟୋମେଟ୍ରିକ ଯନ୍ତ୍ରଦ୍ୱାରା ରେଜିଷ୍ଟ୍ରସନ କରାଯାଇ ତାଙ୍କ ଠାରୁ ୧୮୬୮ଟଙ୍କା ଦରରେ ୫୦ କୁଇଣ୍ଟାଲ ଧାନ ସେବା ସମବାୟ ସମିତି କାର୍ଯ୍ୟାଳୟ ରାଜ୍ୟ ସରକାରଙ୍କ ନୂତନ ଧାନ କ୍ରୟ ନୀତି ଅନୁଯାୟୀ କ୍ରୟ କରାଯାଇଛି। କ୍ରୟ କରାଯାଇଥିବା ଧାନକୁ ବିନାୟକ ରାଇସ୍ ମିଲ୍କୁ ପଠlଇଦିଆଯାଇଛି ଏହି କାର୍ଯ୍ୟକ୍ରମ ରେ ସଂମ୍ମାନିତ ଅତିଥି ରୂପେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତାତ୍ରେୟ ଭାଉ ସାହେବ ,କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ବିଡିଓ ଗଦାଧର ପାତ୍ର, ବ୍ଲକ ଯୋଗାଣ ଅଧିକାରୀ ଜି.ପ୍ରଶାନ୍ତ କୁମାର ରାଓ,ଏଆରସିଏସ୍ଓ ଶିବ ପ୍ରସାଦ ସ୍ୱାଇଁ, ଚିଫ୍ ସିଏସ୍ଓ ,ସହକାରୀ କୃଷି ଅଧିକାରୀ ବିଶ୍ୱରଞ୍ଜନ ବେହେରା,ଭବାନୀ,ଦକ୍ଷିଣପୁର ସେବା ସମବାୟ ସମିତି ସଭାପତି ସନ୍ତୋଷ କୁମାର ଚୌଧୁରୀ, ସୁଧୀର ରାଉତ,ଦକ୍ଷିଣପୁର ସରପଞ୍ଚ ବିଷ୍ଣୁପ୍ରିୟା ପାତ୍ର, ସମେତ ଟୋକେନ୍ ପାଇଥିବା ଚାଷୀମାନେ ଉପସ୍ଥିତ ଥିଲେ।