
ଜଟଣୀ,(ଖୋର୍ଦ୍ଧା ଜିଲ୍ଲା-ସଞ୍ଜୀବ କୁମାର): ଭିଟାମାଟି ବାଞ୍ଚାଅ ସଂଗ୍ରାମ ସମିତି ଜଗନ୍ନାଥ ଜମିକୁ ନେଇ ଆଜି ନରଣଗଡ ଠାରେ ଥିବା ଭଗବତୀ କଲ୍ୟାଣ ମଣ୍ଡପ ପରିସରରେ ଉପଜିଲ୍ଲାପାଳ ଖୋର୍ଦ୍ଧାଙ୍କ ନେତୃତ୍ୱରେ ଶ୍ରୀମନ୍ଦିର ପ୍ରଶାସନ ର ମିଳିତ ସହଯୋଗ ରେ ଏକ ଜନ ଶୁଣାଣି ଅନୁଷ୍ଠିତ ହୋଇଛି। ଏଥିରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ର ବରିଷ୍ଠ କର୍ତୁପକ୍ଷ,ଓଡିଶା ମାଇନିଗଂ କର୍ପୋରେସନ ର ବରିଷ୍ଠ ଅଧିକାରୀ,ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧକ୍ଷ, ସ୍ଥାନ୍ୟ ଅଞ୍ଚଳର ଜନ ପ୍ରତିନିଧି, ସ୍ଥାନୀୟ ଅଞ୍ଚଳ ବାସୀ ନିଜ ନିଜର ସମସ୍ୟା ବିଷୟରେ ଆଲୋକପାତ କରିଥିଲେ।
ଲୋକ ମାନଙ୍କ ସମସ୍ୟା ସମ୍ପର୍କ ରେ ଆଲୋଚନା କରି ରାଜ୍ୟ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ମନ୍ଦିର ପ୍ରଶାସନ ତରଫରୁ ନିଷ୍ପତି ନିଆଯାଇ ଆଲୋଚନା କରିବା ପାଇଁ ଉପ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ବେଳେ ସ୍ଥାନୀୟ ଲୋକେ ପ୍ରଶାସନ ର ନିଷ୍ପତ୍ତି କୁ ଗ୍ରହଣ କରିନଥିଲେ।ଜନଶୁଣାଣୀ ଶିବିରରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା ଅଧାରୁ ଜନଶୁଣାଣୀ ଠପ ହୋଇଥିଲା।ସ୍ଥାନୀୟ ଲୋକେ ସେମାନଙ୍କ ଜମି ସମସ୍ୟା ଆଗ ସମାଧାନ କରିବାକୁ ଆପତ୍ତି କରିଥିଲେ।ଜମି ସମସ୍ୟା ସମାଧାନ ନକରି ମାଇନିଗଂ କର୍ପୋରେସନ କୁ ରାଜ୍ୟ ସରକାର ଜମି ହସ୍ତାନ୍ତର କଲେ ଆନ୍ଦୋଳନ କରିବା ପାଇଁ ସ୍ଥାନୀୟ ଲୋକେ ଜିଲ୍ଲା ପ୍ରଶାସନ କୁ ଚେତାବନୀ ଦେଇଛନ୍ତି।





