Saturday, November 14, 2026
Home ଜିଲ୍ଲା ଖୋର୍ଦ୍ଧା ଜନକଲ୍ୟାଣ ସଂଗଠନ ପକ୍ଷରୁ ପ୍ରତିଭା ଅନ୍ୱେଷଣ ପୁରସ୍କାର ବିତରଣ ଉତ୍ସବ

ଜନକଲ୍ୟାଣ ସଂଗଠନ ପକ୍ଷରୁ ପ୍ରତିଭା ଅନ୍ୱେଷଣ ପୁରସ୍କାର ବିତରଣ ଉତ୍ସବ

179

ଜଟଣୀ,(ଖୋର୍ଦ୍ଧା ଜିଲ୍ଲା-ସଞ୍ଜୀବ କୁମାର): ଜଟଣୀ ଅଂଚଳର ସ୍ୱେଛାସେବୀ ସଂଗଠନ ଜନକଲ୍ୟାଣ ସଂଘ ପକ୍ଷରୁ ଗୁରୁବାର ସ୍ଥାନୀୟ ଉପରବସ୍ତସ୍ଥିତ ସ୍ୱପ୍ନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରତିଭା ନ୍ୱେଷଣ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥୀଭାବେ ଯୁବସମାଜସେବୀ ମହେଶ୍ୱର ପ୍ରଧାନ, ମୂଖ୍ୟ ବକ୍ତାଭାବେ ଯୋଗେଶ ଚନ୍ଦ୍ର ନାୟକ, ସମ୍ମାନୀତ ଅତିଥୀଭାବେ ଅଧିବକ୍ତା ଶିବ ପ୍ରସାଦ ରଥ ଏବଂ ନରେନ୍ଦ୍ର ମୁଦୁଲୀ ପ୍ରମୁଖ ଯୋଗଦେଇଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ସମାଜସେବୀ ପ୍ରଦୀପ୍ତ ପଟ୍ଟନାୟକ, ମଧୂସୁଦନ ରାୟ,ଯୋଗେଶ ଚନ୍ଦ୍ର ନାୟକଓ ଶିବପ୍ରସାଦ ରଥ ପ୍ରମୁଖଙ୍କୁ ସମର୍ଦ୍ଧିତ କରାଯାଇଥିଲା । ଏହି କ୍ରମରେ କୃତି ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସଂଗୀତା ପଶ୍ଚିମକବାଟ,ଶୁଭମ ସେଠୀ, ହିମାଂଶୁ ପଟ୍ଟନାୟକ, ଅନୁରାଧା ପାଟଶାଣୀ, ବାଦଲ ମନ୍ତ୍ରୀ, ରୁଦ୍ର ନାରାୟଣ ସାମଲ,ସୁଦର୍ଶନ ପ୍ରଧାନ, ଆକାଶ ମହାରଣା,ଅଭିନାଶ ପାତ୍ର ପ୍ରମୁଖଙ୍କୁ ସମାନୀତ କରାଯାଇଥିଲା । ଏହି ଅବସରରେ କେତେକ ନିରାଶ୍ରୟ ବ୍ୟକ୍ତିଙ୍କୁ କମ୍ବଳ ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧାଜିଲା ମାନବସେବା ଫାଉଣ୍ଡେସନର ସଭାପତି ଓ ସମ୍ପାଦକ ପ୍ରଭୃତି ଯୋଗଦେଇଥିଲା ବେଳେ ଏହି କାର୍ଯ୍ୟକ୍ରମକୁ ଜନକଲ୍ୟାଣ ସଂଘର ସଭାପତି ମହମ୍ମଦ କରୀମ ଏବଂ ସମ୍ପାଦକ ନବୀନ ମହାପାତ୍ର ପରିଚାଳନା କରିଥିଲେ । ଜନକଲ୍ୟାଣ ସଂଘର ସୁରେଶ ଜେନା ଏବଂ ତପନ ପ୍ରଧାନ କାର୍ଯ୍ୟକ୍ରମକୁ ସମ୍ପାଦନା କରିଥିଲେ ।