
ଆସିକା, ୨୬/୯(ଖିରୋଦ ଚନ୍ଦ୍ର ବେହେରା) : ଆସିକା ହରିହର ହାଇସ୍କୁଲ ଠାରେ ବ୍ଲକ ସ୍ତରୀୟ ଶାଳା ସିଦ୍ଧି ଟ୍ରେନିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ଅନୁଷ୍ଟିତ ହୋଇଥିବା ବେଳେ ବ୍ଲକ ସ୍ତରୀୟ ଶାଳା ସିଦ୍ଧି ଟ୍ରେନିଙ୍ଗ ପ୍ରଧାନ ଶିକ୍ଷକ ମାନଙ୍କୁ ନେଇ ଅନୁଷ୍ଟିତ ହୋଇଛି । ବାଲିସିରା ପ୍ରଧାନ ଶିକ୍ଷକ ପ୍ରଦିପ ସ୍ୱାଇଁ ପ୍ରଦିପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ୪ ଜଣ ସମ୍ବଳ ଶିକ୍ଷକ ଶିବଶଙ୍କର ଜେନା, ଶୁଭେନ୍ଦୁ ଶେଖର ଜେନା, ସରୋଜ କୁମାର ନାୟକ, ଚିନ୍ମୟ କୁମାର ପ୍ରଶିକ୍ଷଣ ଦାୟିତ୍ୱ ତୁଲାଇଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକର ୧୩ ଟି କ୍ଲଷ୍ଟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୋଟର ୧୩୮ ସ୍କୁଲର ପ୍ରଧାନ ଶିକ୍ଷକ ପ୍ରଶିକ୍ଷଣ ନେଇଛନ୍ତି । ଦିନ ୧୦ଟାରୁ ଦିନ ପ୍ରାୟ ୧ଘଟଂ ଏବଂ ୨ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ଅଭିବୃଦ୍ଧି ପାଇଁ ମୁଲ୍ୟାଙ୍କନ ଓ ସ୍କୁଲ ମାନକ ଏବଂ ମୁଲ୍ୟାଙ୍କନ ରୁପରେଖ ଏହି କାର୍ଯ୍ୟକ୍ରମ ଲକ୍ଷ୍ୟ ।

ରାଷ୍ଟ୍ରିୟ ବିଦ୍ୟାଳୟ ମାନବ ଓ ମୁଲ୍ୟାୟନ କାର୍ଯ୍ୟକ୍ରମର ପରିଚାଳନା ଏପରି ଏକ ସକରାତ୍ମକ ପଦକ୍ଷେପ ରୁପେ ଚିତ୍ରିତ କରାଯାଇଛି ଯାହା ଦ୍ୱାରା ବିଦ୍ୟାଳୟ ଗୁଡିକ ସ୍ୱୟଂ ଅଭିବୃଦ୍ଧି ନିମନ୍ତେ ନିରନ୍ତର ପ୍ରୟାସ କରିବା ପାଇଁ ସକ୍ଷମ ହେବ । ବିଦ୍ୟାଳୟ ସ୍ତରରେ ଶିକ୍ଷାର ଅଭିବୃଦ୍ଧି ପାଇଁ ଜାତୀୟ ସ୍ତରର ବିଦ୍ୟାଳୟ ଅଭିବୃଦ୍ଧି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଯାହା ମାଧ୍ୟମରେ ପ୍ରତ୍ୟେକ ବିଦ୍ୟାଳୟ ପାଇଁ ଏପରି ଉପଯୋଗୀ ଅବସ୍ଥା ସୃଷ୍ଟି କରାଯିବ ଯେ ତାହା ନିଜର କ୍ଷମତା ଅନୁରୁପ ଭଲ ପରିଣାମ ପ୍ରାପ୍ତି ନେଇ ନିରନ୍ତର ପ୍ରୟାସରତ ରହିବ ବୋଲି ପ୍ରଶିକ୍ଷଣ ଦିଆଯାଇଛି ।

ସ୍କୁଲ ମାନକ ଏବଂ ମୁଲ୍ୟାଙ୍କନର ରାଷ୍ଟ୍ରିୟ କାର୍ଯ୍ୟକ୍ରମ ଏପରି ଦିଗ ଯାହାର ଉଦ୍ଦେଶ୍ୟ ପ୍ରତ୍ୟେକ ବିଦ୍ୟାଳୟକୁ ଏକ ସଂସ୍ଥା ଭାବରେ ମୁଲ୍ୟାଙ୍କନ କରିବା, ଦାୟିତ୍ୱର ସହିତ ସ୍ୱ-ଉନ୍ନୟନର ପରମ୍ପରା ସୃଷ୍ଟି କରିବା, ରାଷ୍ଟ୍ରିୟ ସ୍କୁଲ ମାନକ ଏବଂ ମୁଲ୍ୟାଙ୍କନ କାର୍ଯ୍ୟକ୍ରମ ବିଦ୍ୟାଳୟ ମୁଲ୍ୟାଙ୍କନକୁ ସାଧନ ଭାବରେ ଓ ବିଦ୍ୟାଳୟରେ ପରିବର୍ତନକୁ ସାଧ୍ୟ ଭାବରେ ଦେଖିବା, କାର୍ଯ୍ୟକ୍ରମ ଦେଶର ସମସ୍ତ ବିଦ୍ୟାଳୟ ଗୁଡିକୁ ସ୍କୁଲ ମୁଲ୍ୟାଙ୍କନର ସକ୍ରିୟ ଏବଂ ଆନୁଷ୍ଟାନିକ କରିବାର ପ୍ରୟାସ, ଏଥିପାଇଁ ଏହି ବିଦ୍ୟାଳୟ- ମୁଲ୍ୟାଙ୍କନ, କଣ କାହିଁକି ଓ କିପରି ହେବ ସମ୍ପର୍କରେ ହିତାଙ୍କାକ୍ଷଙ୍କ ମଧ୍ୟରେ ଏକ ସାଧାରଣ ଜ୍ଞାନ ବିକଶିତ କରିବାର ପ୍ରୟାସ କରିଥାଏ ବୋଲି ପ୍ରଶିକ୍ଷଣରେ ପ୍ରଦାନ କରାଯାଇଥିଲା ।




