
ବେଗୁନିଆପଡା,(ଦେବାଶିଷ ମହାରଣା) : ବେଗୁନିଆପଡା ବ୍ଲକ,ଷଣ୍ଢମୂଳ ପଞ୍ଚାୟତ ଅନ୍ତର୍ଗତ ଶାଳବଣ ଗ୍ରାମର କଂଗ୍ରେସର ବରିଷ୍ଠ ସଂଗଠକ,ସମାଜସେବୀ,କାଳୀଂଜି ଓଡ଼ିଆ କୁଳର ବରିଷ୍ଠ ସଦସ୍ୟ ତଥା ଖଲ୍ଲିକୋଟ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ସଭାପତି ଶ୍ରୀ ହରିହର ସ୍ୱାଇଁଙ୍କ ଆଜି ମଧ୍ୟାହ୍ନ ଘ12.15 ମି ସମୟରେ ପର ଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ 89 ବର୍ଷ ବୟସ ହୋଇଥିଲା । ସେ ୧୯୩୨ ମସିହାରେ ଶାଳବଣ ଗ୍ରାମରେ ଜନ୍ମଗ୍ରହଣ କରିଥିବା ବେଳେ ଦୀର୍ଘ ଦିନ ହେବ ଖଲ୍ଲିକୋଟ ସ୍ଥିତ ତାଙ୍କ ପୁଅ ତଥା ବରିଷ୍ଠ ଆଇନଜୀବୀ ଚକ୍ରପାଣି ସ୍ୱାଇଁଙ୍କ ଘରେ ରହୁଥିବା ବେଳେ ୨୦୦୦ ମସିହାରୁ ଆଜି ପର୍ଯ୍ୟନ୍ତ ସେ ଖଲ୍ଲିକୋଟ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ସଭାପତି ଭାବେ ଅଧିଷ୍ଠିତ ଥିଲେ ।
ଆଜି ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଦୁଇ ପୁଅ, ବୋହୁ, ଝିଅ, ଜ୍ୱାଇଁ, ନାତି, ନାତୁଣୀଙ୍କ ସମେତ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ତାଙ୍କ ମର ଶରୀରକୁ ଖଲ୍ଲିକୋଟରୁ ଅରବିନ୍ଦ ଶିକ୍ଷାକେନ୍ଦ୍ରକୁ ନିଆଯାଇ ସେଠାରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ପରେ ନିଜ ଗ୍ରାମ ଶାଳବଣ ଠାରେ ତାଙ୍କ ଶେଷ ଶରୀରକୁ ସଂମାନ ପ୍ରଦାନ କରାଯାଇ ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କ ମୃତ୍ୟୁରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।



