Thursday, November 12, 2026
Home ଜିଲ୍ଲା ବ୍ଲକ ସ୍ତରୀଆ ଟାସ୍କ ଫୋର୍ସ କମିଟି ର ବୈଠକ ଅନୁଷ୍ଠିତ

ବ୍ଲକ ସ୍ତରୀଆ ଟାସ୍କ ଫୋର୍ସ କମିଟି ର ବୈଠକ ଅନୁଷ୍ଠିତ

145
prasana kumar panda

ବିଷମ କଟକ,(ପ୍ରସନ କୁମାର ପଣ୍ଡା): କୋଭିଡ୍ ଟିକାକରଣ କୁ ନେଇ ଆଜି ରାୟଗଡା ଜିଲ୍ଲା ବିଷମ କଟକ ଗୋଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ରର କମିନିଟ ହୋଲରେ ଅନୁଷ୍ଠିତ ହୋଇଯାଇଛି ଟାସ୍କ ଫୋର୍ସ କମିଟି ର ବୈଠକ । ଏହି ବୈଠକ ରେ ବିଷମ କଟକ ଗୋଷ୍ଟି ଉନ୍ନୟନ ଅଧିକାରୀ ଆଲବର୍ଟ ଲାକଡ଼ା , ସ୍ଵାସ୍ଥ୍ୟ କେନ୍ଦ୍ରର ଭାର ପ୍ରାପ୍ତ ଅଧିକାରୀ ଅଂଶୁପ୍ରଭା ଚୋୖଧୀରି ,ଜନ ସ୍ୱାସ୍ଥ୍ୟ ଓ ସମ୍ପ୍ରସାରଣ ଅଧିକାରୀ ଜଚ୍ଚନାରାଣୀ ମହାରଣା ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ହୋଇ ଆଗକୁ ଦିଆଯିବାକୁ ଥିବା କୋଭିଡ୍ ଟୀକାକରଣ ସକାଶେ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି ।

ପ୍ରଥମ ପର୍ଯ୍ୟାୟ ରେ ସ୍ୱାସ୍ଥ୍ୟ କର୍ମଚାରୀ, ସମନ୍ବିତ ଶିଶୁ ବିକାଶ କର୍ମୀ ଙ୍କୁ ଏଥିରେ ସାମିଲ କରାଯିବ ବୋଲି ନିଷ୍ପତି ହୋଇଛ । ସେଥିପାଇଁ ଟୀକା କେମିତି ଦିଆଯିବ, କିଭଳି ଆଉ କିଏ ଦେବେ କୋଉଠି store ହେଇ ରହିବ, ପାର୍ଶ୍ଵ ପ୍ରତିକ୍ରିୟା ର ପରିଚାଳନା କିଭଳି କରାଯିବ ଏଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଏହି ଟୀକାକରଣ ସକାଶେ beneficiary ନାମ Co Win ନାମକ software ରେ ପଞ୍ଜୀକରଣ କରାଯିବ ବୋଲି ସୁଚନା ମିଳିଛି ।