
ବିଷମକଟକ,(ପ୍ରସନ କୁମାର ପଣ୍ଡା): ରାୟଗଡା ଜିଲ୍ଲା ଥେରୁବାଲି ସ୍ଥିତ ଇମ୍ଫା କାରଖାନା ତରଫରୁ ରାୟଗଡ଼ା ସହରର ଜୈନିକ ଦିବ୍ୟାଙ୍ଗ ରିକ୍ସା ଚାଳକ ଶ୍ରୀ ଏସ୍ ସତ୍ୟମଙ୍କୁ ଏକଲକ୍ଷ ଟଙ୍କା ବ୍ୟୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ଇମ୍ଫାର ଉପ ସଭାପତି ଶ୍ରୀ କେ ଭି ରାଓ ଙ୍କ ତତ୍ତ୍ଵାବଧନରେ ଏକ ଦୋକାନ ଗୃହ, ଦୋକାନ ପାଇଁ ଏକ ଫ୍ରିଜ୍ବି, ବିଭିନ୍ନ ସରଞ୍ଜାମ ଓ ନଗଦ ୧୫୦୦୦/-(ପନ୍ଦ୍ ର ହଜାର) ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଅଛି ।
ସେହି ବ୍ୟକ୍ତି ଜଣକ ଙ୍କ ହାତ ଗୋଟିଏ ନାହିଁ। ବହୁତ କଷ୍ଟରେ ରିକ୍ସା ଟିଏ ଧରି ରାୟଗଡା ରେଳ ଷ୍ଟେସନରେ ରହି ଯାତ୍ରୀ ମାନଙ୍କୁ ଅପେକ୍ଷା କରି ରହୁଥିଲେ। ଦିନେ ଖାଈଲେ ଦୁଇ ଦିନ ଓପାସ । ତାଙ୍କୁ ପରିବାର ପୋଷିବାକୁ ବହୁତ କଷ୍ଟ ଭୋଗିବା କୁ ପଡୁଥିଲା।ଏହି ବିଷୟରେ ବିଭିନ୍ନ ଖବର କାଗଜରେ ଖବର ପ୍ରସାରଣ ହେବାପରେ ଆଜି ରାୟଗଡାର ଉପ ଜିଲ୍ଲପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ସମ୍ପୂର୍ଣ୍ଣ ହୋଇଥିବା ଦୋକାନ ଟିକୁ ଶ୍ରୀ ସତ୍ୟମ୍ ଙ୍କୁ ହସ୍ତାନ୍ତର କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଆଦ୍ଦିପତି କହଁର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ଇମ୍ଫା ପ୍ରଶାସନ ଓ ମାନବ ସମ୍ବଳ ବିଭାଗର ଉପ ମହା ପ୍ରବନ୍ଧକ ଶ୍ରୀ କଲଲ କୁମାର ନାୟକ ଓ ଇମ୍ଫା ଲୋକ ସମ୍ପର୍କ ବିଭାଗର ବରିଷ୍ଠ ପରିଚାଳକ ଶ୍ରୀ ଶକ୍ତି ପ୍ରସାଦ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।



