Wednesday, July 22, 2026
Home ମୁଖ୍ୟ ଖବର ସ୍ୱାଧୀନତା ଦିବସରେ କେଉଁ ମନ୍ତ୍ରୀ କେଉଁଠାରେ ପତାକା ଉତ୍ତୋଳନ କରିବେ ?

ସ୍ୱାଧୀନତା ଦିବସରେ କେଉଁ ମନ୍ତ୍ରୀ କେଉଁଠାରେ ପତାକା ଉତ୍ତୋଳନ କରିବେ ?

93

ଭୁବନେଶ୍ୱର,୯/୮ (ଜିଲ୍ଲା ଖବର) : ସ୍ୱାଧୀନତା ଦିବସ ଅବସରରେ  କେଉଁ ମନ୍ତ୍ରୀ କେଉଁଠାରେ ପତାକା ଉତ୍ତୋଳନ କରିବେ ତାହାର ତାଲିକା ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପ୍ରକାଶ ପାଇଛି। ଏହି ତାଲିକା ଅନୁଯାୟୀ, କଟକରେ ସ୍ୱାଧୀନତା ଦିବସରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପତାକା ଉତ୍ତୋଳନ କରିବେ। ସେହିପରି ଅନୁଗୁଳରେ ମନ୍ତ୍ରୀ  ବିକ୍ରମ ଆରୁଖ, ପୁରୀରେ ପ୍ରଫୁଲ୍ଲ ମଲ୍ଲିକ, କେନ୍ଦ୍ରାପଡ଼ାରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଳାହାଣ୍ଡିରେ ପଦ୍ମନାଭ ବେହେରା, ମୟୁରଭଞ୍ଜରେ ପ୍ରତାପ ଜେନା, ଢ଼େଙ୍କାନାଳରେ ଅରୁଣ ସାହୁ, ସୁନ୍ଦରଗଡ଼ରେ ସୁଦାମ ମାରଣ୍ଡି ଓ କନ୍ଧମାଳରେ ସୁଶାନ୍ତ ସିଂ ପତାକା ଉତ୍ତୋଳନ କରିବେ।

ସେହିପରି  ବଲାଙ୍ଗିରରେ ମନ୍ତ୍ରୀ  ନବକିଶୋର ଦାସ୍‌, ନୟାଗଡ଼ରେ ଟୁକୁନି ସାହୁ, କେନ୍ଦୁଝରରେ ଜଗନ୍ନାଥ ସାରକା, ସମ୍ବଲପୁରରେ ଦିବ୍ୟଶଙ୍କର ମିଶ୍ର, ବାଲେଶ୍ୱରରେ ଅଶୋକ ପଣ୍ଡା, ଯାଜପୁରରେ ସମୀର ଦାଶ, ନବରଙ୍ଗପୁରରେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କୋରାପୁଟରେ ପ୍ରେମାନନ୍ଦ ନାୟକ, ମାଲକାନଗିରିରେ ରଘୁନନ୍ଦନ ଦାସ, ରାୟଗଡ଼ାରେ ପଦ୍ମିନୀ ଦିଆନ, ଗଜପତିରେ ତୁଷାରକାନ୍ତି ବେହେରା ଓ ଭଦ୍ରକରେ ରାଜସ୍ୱ ପର୍ଷଦ ସଭ୍ୟ ପତାକା ଉତ୍ତୋଜନ କରିବେ।

ଭୁବନେଶ୍ବରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଜନ କରିବେ ବୋଲି ଜଣାପଡ଼ିଛି।