
ଜଟଣୀ,(ଖୋର୍ଦ୍ଧା ଜିଲ୍ଲା-ସଞ୍ଜୀବ କୁମାର): ସହରରେ ରାତିରେ ରାସ୍ତା ର ସଫେଇ କରିବା ନିମନ୍ତେ ରାତ୍ରିକାଳୀନ ସଫେଇ ଗାଡ଼ି ବୁଧବାର ତି ରାତିରେ ଉଦ୍ଘାଟିତ ହୋଇଯାଇଛି । ଏହି ଗାଡ଼ି ରାତିରେ ସହରର ମୁଖ୍ୟ ରାସ୍ତା ଏବଂ ସାହି ବସ୍ତିର ପିଚୁ ରାସ୍ତାକୁ ସଫେଇ କରିବ ! । ରାସ୍ତାରୁ ବାଲି ଧୂଳି ଉଡ଼ାଇବ। ଏହି ଗାଡ଼ିକୁ ଜଟଣୀ ଥାନାର ଭାରପ୍ରାପ୍ତ ପୁଲିସ ଇନ୍ସପେକ୍ଟର ବିଶ୍ଵ ରଞ୍ଜନ ସାହୁ ସବୁଜ ପତାକା ଦେଖାଇ ଉଦ୍ଘାଟନ କରିଥିଲେ ।
ଜଟଣୀ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧୁକାରୀ ଦିଲ୍ଲୀପ କୁମାର ମହାନ୍ତି ଯୋଗଦେଇ ବୁଧବାର ଠାରୁ ସହରବାସୀଙ୍କ ସେବାରେ ସଫେଇ ଗାଡ଼ି କାର୍ଯ୍ୟ କରିବ ବୋଲି ଘୋଷଣା କରିଥିଲେ । ପୌର କର୍ମଚାରୀ ତ୍ରିଲୋଚନ ସାମନ୍ତରାୟ, ରାଜେଶ କୁମାର ଭୋଳ, ବିଷ୍ଣୁ ମିଶ୍ର, ସତ୍ୟବ୍ରତ ତ୍ରିପାଠୀ, ପ୍ରଭାତ ରଞ୍ଜନ ବାରିକ, ସନ୍ତୋଷ କୁମାର ବେହେରା, ମନୋରଞ୍ଜନ ବେହେରା,ଧର୍ମେନ୍ଦ୍ର କୁମାର ଶତପଥୀ, ଭାଲୁ ମିଶ୍ର, ସୂର୍ଯ୍ୟ ମୋହନ ଦାସ ଏବଂ ସଫେଇ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।







