Thursday, November 12, 2026
Home ଜିଲ୍ଲା ଖୋର୍ଦ୍ଧା ଆନ୍ଦୋଳନ ପ୍ରତ୍ୟାହୃତ ଠିକାସଫେଇ କର୍ମଚାରୀଙ୍କ

ଆନ୍ଦୋଳନ ପ୍ରତ୍ୟାହୃତ ଠିକାସଫେଇ କର୍ମଚାରୀଙ୍କ

261

ଜଟଣୀ,(ଖୋର୍ଦ୍ଧା ଜିଲ୍ଲା-ସଞ୍ଜୀବ କୁମାର): ଜଟଣୀ ପୈାରପରିଷଦ ଅଧିନରେ କାର୍ଯ୍ୟରତ ଅସ୍ଥାୟୀ ଠିକାସଫେଇ କର୍ମଚାରୀମାନଙ୍କ ବିଭିନ୍ନ ଦାବିନେଇ କରିଥିବା ଆନ୍ଦୋଳନ ଆଜି ଷଷ୍ଠଦିନରେ ପ୍ରତ୍ୟାହୃତ ହୋଇଛି । ଠିକା ସଫେଇ କର୍ମଚାରୀମାନଙ୍କ ସମସ୍ତ ଦାବିକୁ ପୈାରକାର୍ଯ୍ୟାଳୟ ମାନି ନେଇ ଯଥାଶିଘ୍ର ଯୁଦ୍ଧକାଳିନ ଭିତିରେ ପୁରଣ କରିବାଲାଗି ପ୍ରତିଶୃତି ଦେଇଛନ୍ତି ପୈାରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲିପ କୁମାର ମହାନ୍ତୀ । ଦିର୍ଘ ୬ଦିନର କଡା ସଂଘର୍ଷପରେ ସମସ୍ତ ଦାବିକୁ ଶେଷରେ ପୁରଣ କରିବାଲାଗି ପୈାରକାର୍ଯ୍ୟାଳୟ ମାନିନେଇଛି ।

ଆସନ୍ତାକାଲି ତଥା ଗୁରୁବାର ସକାଳୁ ସମସ୍ତ ୨୫୦ଜଣ ଠିକାସଫେଇ କର୍ମଚାରୀମାନେ କାର୍ଯ୍ୟରେ ଯୋଗଦେବେ । ଠିକା ସଫେଇ କର୍ମଚାରୀମାନଙ୍କ ଦାବି ସମୁହ ମଧ୍ୟରେ ରହିଛି ଉକ୍ତ ପୈାରପରିଷଦରେ କାର୍ଯ୍ୟରତ ସଫେଇ କର୍ମଚାରୀମାନଙ୍କ ମଧ୍ୟରୁ କେତେକ କର୍ମଚାରୀଙ୍କ ଅକାଳ ବିୟୋଗ ହୋଇଥିବା ସେମାନଙ୍କ ପରିବାରରୁ ଜଣଙ୍କୁ ଏଯାଏଁ ଚାକିରୀ ମିଳିନାହିଁ । ବାରମ୍ବାର ଅଭିଯୋଗ ପରେ ମଧ୍ୟ ଏମାନଙ୍କ ଦାବିକୁ କେହି ପୁରଣ କରୁନାହାନ୍ତି । ତେଣୁ ମୃତକଙ୍କ ପରିବାରର ଜଣଙ୍କୁ ପୈାରପରିଷଦର ସଫେଇ କର୍ମଚାରୀଭାବେ କାର୍ଯ୍ୟ କରିବାକୁ ସୁଯୋଗ ଦିଆଯିବ ।

ସେହିପରି ଗୁରୁବାର ମଧ୍ୟାହ୍ନ ସୁଧା ମୃତକଙ୍କ ପରିବାରକୁ ଫ୍ୟାମିଲି ପେନସନ ବ୍ୟବସ୍ଥା କରାଯିବ । ବିଗତ ଦିନରୁ ପୈାରକର୍ମଚାରୀଙ୍କ ଅବହେଳାରୁ ଠିକାକର୍ମଚାରୀଙ୍କ ଇଏସଆଇ ଓ ଇପିଏଫ ସେମାନଙ୍କ ଆକାଉଂଟରେ ବନ୍ଧାଯାଇନଥିଲା । ଏହିକ୍ରମରେ ୪୬ଜଣଙ୍କ ଇପିଏଫ ଓ ଇଏସଆଇ ଗୁରୁବାର ମଧ୍ୟାହ୍ନ ୧୨ସୁଧା କାର୍ଯ୍ୟକାରୀ କରାଯିବ । ଠିକାକର୍ମଚାରୀଭାବେ ପୁର୍ବରୁ ୧୯୬ଜଣଙ୍କ ନାମ ମସୁଧା ହୋଇଥିବା ବେଳେ ଏମାନେ ମିଳିତଭାବେ ୨୧୦ଜଣ କାର୍ଯ୍ୟ କରିଆସୁଥିଲେ । ଏମାନଙ୍କ ଦାବିନୁସାରେ ୨୫୦ଜଣଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଉ ।

ତେବେ ଏନେଇ ଅଦଳବଦଳଭାବେ ୨୫୦ଜଣ କାମ କରିବାକୁ ପ୍ରତିଶୃତି ମିଳିଥିଲା । ଏହି କ୍ରମରେ ଆଜି ସମସ୍ତ ଦାବିଗୁଡିକୁ ପୈାରନିର୍ବାହୀ ମାନିନେଇଥିଲେ । ଅନ୍ୟ ପକ୍ଷରେ ଚଳିତ ୧୦ତାରିଖଠାରୁ ଲଗାତାରଭାବେ ସଫେଇ କାର୍ଯ୍ୟ ବନ୍ଦ ହୋଇଯିବାପରେ ସହରର ପରିବେଶ ଆବର୍ଜନାମୟ ହୋଇଯାଇଛି । ଚାରିଆଡେ ଦୁର୍ଗନ୍ଧମୟ ପରିବେଶ ହୋଇଯାଇଥିଲା । ଏନେଇ ଗତକାଲି ଅଭିଯୋଗ ସହରବାସୀଙ୍କ ପକ୍ଷରୁ ହେବାରୁ ବୁଧବାର ସକାଳେ ପୈାରପରିଷଦର ସ୍ଥାୟୀକର୍ମଚାରୀମାନେ ସଫେଇକାର୍ଯ୍ୟକୁ ଯାଇଥିଲେ । ମାତ୍ର ଠିକାସଫେଇ କର୍ମଚାରୀମାନେ ସ୍ଥାୟୀ କର୍ମଚାରୀମାନଙ୍କୁ କାମ ବନ୍ଦ କରିବାକୁ ବାଧ୍ୟ କରିଥିଲେ । ତେବେ ଏନେଇ ଏକପ୍ଲାଟୁନ ଫୋର୍ସ ମୁତୟନ ହୋଇ ସହରର ସଫେଇ କାର୍ଯ୍ୟ ହୋଇଥିଲା ।

ପୈାରପରିଷଦର ସ୍ଥାୟୀ ସଫେଇ କର୍ମଚାରୀଙ୍କ ସଂଖ୍ୟା କମଥିବାରୁ ସଫେଇ କାର୍ଯ୍ୟ ସଂପୁର୍ଣ୍ଣ ହୋଇପାରିନଥିଲା ଅନ୍ୟ ପକ୍ଷରେ ଠିକାସଫେଇ କର୍ମଚାରୀଙ୍କ କାର୍ଯ୍ୟରେ ଅବହେଳା ନେଇ ବିଭିନ୍ନ ଅଂଚଳରୁ ମଧ୍ୟ ଅଭିଯୋଗମାନ ଆସୁଛି । ତେଣୁ ସେଥିପ୍ରତି ସତର୍କତା ଅବଲମ୍ବନ କରିବା ସହିତ ଧାର୍ଯ୍ୟ କରାଯାଇଥିବା ୱାର୍ଡଗୁଡିକରେ ଠିକଭାବେ କାର୍ଯ୍ୟକରିବାର ଆବଶ୍ୟକ ବୋଲି ପୈାରନିର୍ବାହୀ ଅଧିକାରୀ ଦିଲିପ କୁମାର ମହାନ୍ତୀ ଠିକାସଫେଇ କର୍ମଚାରୀମାନଙ୍କୁ ଚେତାବନୀ ଦେଇଛନ୍ତି ।