
ଆସିକା, ୨୬/୯(ଖିରୋଦ ଚନ୍ଦ୍ର ବେହେରା): ଆସିକା ହରିହର ହାଇସ୍କୁଲ ଠାରେ ଉକ୍ରର୍ଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠୀତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଆସିକା ହରିହର ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରଦିପ କୁମାର ରାଉତ ଉଦଘାଟନ କରିଛନ୍ତି । ଏହି ପ୍ରଶିକ୍ଷଣ ସାଧାରଣ ବିଜ୍ଞାନ ବିଷୟ ଉପରେ ଅନୁଷ୍ଠିତ ହୋଇଥିବା ବେଳେ ମୋଟ ୪୦ ଜଣ ଶିକ୍ଷକ ଯୋଗ ଦେଇଥିଲେ । ରାମହରି ସାହୁ ସମ୍ବଳ ଶିକ୍ଷକ ଭାବେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।


ଏହି ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଧରାକୋଟ, କବିସୂର୍ଯ୍ୟନଗର ଏବଂ ଆସିକା ବ୍ଲକର ଶିକ୍ଷକ ମାନେ ଯୋଗ ଦେଇଥିଲେ । ଗତ ଦୁଇ ବର୍ଷ ଧରି ଓଡିଶା ମାଧ୍ୟମିକ ଶିକ୍ଷା ମିଶନ, ରାମସା ଆନୁକୁଲ୍ୟରେ ଏବଂ ଉକ୍ରର୍ଷ କାର୍ଯ୍ୟକ୍ରମ ମାଧ୍ୟମରେ ନବମ ଶ୍ରେଣିର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କର ବୟସ ଓ ଶ୍ରେଣି ଉପଯୋଗୀ ଶିକ୍ଷଣ ଦକ୍ଷତା ହାସଲ କରିବା ପାଇଁ ପ୍ରତିକାରତ୍ମକ ପ୍ରୟାସ ଜାରି କରାଯାଇଥିବା ଜଣାଯାଇଛି । ଏହି କ୍ରମରେ ସେମାନଙ୍କର ଶିକ୍ଷଣ ସ୍ତରକୁ ଚିହ୍ନଟ କରି ସେମାନଙ୍କୁ ବୟସ ଓ ଶ୍ରେଣି ଅନୁଯାୟୀ ଦକ୍ଷ କରିବା ପାଇଁ ଅଭ୍ୟାସ ପୁସ୍ତିକା ମାନ ପ୍ରସ୍ତୁତ କରାଯାଇଛି । ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ମଧ୍ୟ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯାଇ ଏହି ପ୍ରତିକାର ମୁଳକ ଶିକ୍ଷଣ ପ୍ରକ୍ରିୟାର ସଫଳ ରୁପାୟନ ନିମନ୍ତେ ପ୍ରଚେଷ୍ଟା କରାଯାଇଛି ।

ଓଡିଆ, ଇଂରାଜୀ,ଗଣିତ ଓ ବିଜ୍ଞାନ ବିଷୟରେ ସ୍ୱତନ୍ତ୍ର ଶିକ୍ଷଣ ପ୍ରକ୍ରିୟା ଆରମ୍ଭ କରାଯାଇ ଉକ୍ତ ବିଷୟରେ ପଛୁଆ ଥିବା ଶିକ୍ଷାର୍ଥି ମାନଙ୍କୁ ନବମ ଶ୍ରେଣିର ଶିକ୍ଷଣ ସ୍ତରରେ ପହଁଚିଂବାର ବ୍ୟବସ୍ଥା କରାଯାଇଛି । ବିଶେଷ କରି ଏହି ପ୍ରକ୍ରିୟାରେ ପ୍ରଥମ ଠାରୁ ନବମ ଶ୍ରେଣି ପର୍ଯ୍ୟନ୍ତ ପ୍ରତ୍ୟେକ ଶ୍ରେଣିର ସହଯୁକ୍ତ ବିଷୟ ଗୁଡିକ ବିଷୟରେ ଜ୍ଞାନ ଆହରଣ କରିବା ପାଇଁ ଶିକ୍ଷାର୍ଥି ମାନଙ୍କୁ ସୁଯୋଗ ଦିଆଯିବା ନେଇ ସୂଚନା ପ୍ରଦାନ କରାଯାଇଥିଲା । ସେହିପରି ଇଂରାଜୀ ବିଷୟରେ ମଧ୍ୟ ଉକ୍ରର୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଯୋଗିତା କୁମାରୀ ପାଣିଗ୍ରାହି ଓ ଅଶୋକ କୁମାର ପାଢୀ ପ୍ରଶିକ୍ଷକ ଦାୟିତ୍ୱ ତୁଲାଇଛନ୍ତି । ଏଥିରେ ୩ଟି ବ୍ଲକ ଆସିକା, ଧରାକୋଟ, କବିସୂର୍ଯ୍ୟନଗରର ମୋଟ ୪୧ ଜଣ ଶିକ୍ଷକ ପ୍ରଶିକ୍ଷଣ ନେଇଛନ୍ତି ।




