Home ଜିଲ୍ଲା ବିଭାଗୀୟ ଅଧିକାରୀ ଙ୍କୁ ନେଇ ଆମ ଜଙ୍ଗଲ ଯୋଜନା କାର୍ଯ୍ୟକ୍ରମ

ବିଭାଗୀୟ ଅଧିକାରୀ ଙ୍କୁ ନେଇ ଆମ ଜଙ୍ଗଲ ଯୋଜନା କାର୍ଯ୍ୟକ୍ରମ

54

ମୁନିଗୁଡା,(ରାୟଗଡା ଜ଼ିଲ୍ଲା)୧୬-୧୨(ସନାତନ ନାୟକ): ମୁନିଗୁଡା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ରେ ଥିବା ସଭାଗୃହରେ ଆଜିମୁନିଗୁଡା, ବିଷମକଟକ, ଚନ୍ଦ୍ରପୁର ର ୨୫ ଟି ଗ୍ରାମ ର ବନସରକ୍ଷଣ ସମିତି ସଭାପତି, ସହଭାଗୀ ବେସରକାରୀ ସଂଗଠନ ଏବଂ ଜଙ୍ଗଲ ଓ ପରିବେଶ ବିଭାଗରେ କାର୍ଯ୍ୟରତ ଆଗୁଆ କର୍ମୀଙ୍କୁ ନେଇ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ରାମଚନ୍ଦ୍ର ବେହେରା ଉପସ୍ଥିତ ଥିଲେ ।

ଜନସାଧାରଣ ଙ୍କ ସାମଗ୍ରିକ ଉନ୍ନତି ପାଇଁ କାର୍ଯ୍ୟରତ ବିଭିନ୍ନ ସରକାରୀ ବିଭାଗୀୟ ଅଧିକାରୀ ଏହି ଶିବିରରେ ଉପସ୍ଥିତ ରହି ଜଙ୍ଗଲ ଓ ପରିବେଶ ସୁରକ୍ଷା ସହ ଦାରିଦ୍ର୍ୟ ଦୂରୀକରଣ, ଆତ୍ମନିଯୁକ୍ତି ଏବଂ ଆତ୍ମ ନିର୍ଭର ଭାରତ ପ୍ରସଙ୍ଗରେ ତାଲିମ ପ୍ରଦାନ କରିଥିଲେ।ଗ୍ରାମାଞ୍ଚଳରେ ଚାଷୀ, ଯୁବଗୋଷ୍ଟି, ଓ ମହିଳା ତଥା ଉଦ୍ୟୋଗୀ ମାନଙ୍କର ଦକ୍ଷତା ବୃଦ୍ଧି ଓ ଆର୍ଥିକ ସ୍ଥିତି ସୁଦୃଢ ବିଷୟରେ ଆଲୋଚନା କରିଥିଲେ।ସହଭାଗୀ ସଂଗଠନ ର ମୁଖ୍ୟ ବିପିନ୍ନରାଜ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ବନାଞ୍ଚଳ ଅଧିକାରୀ ପ୍ରସନ୍ନ କୁମାର ମିଶ୍ର ଶିବିରର ସଂଯୋଜନା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ।ବନାଞ୍ଚଳ ହରିଶ୍ଚନ୍ଦ୍ର ମାର୍ଥ। ଓ ସହକର୍ମୀ ଶିବିର କୁ ପରିଚାଳନା କରିଥିଲେ।