Saturday, November 14, 2026
Home ଆଞ୍ଚଳିକ କେରାଣ୍ଡିତୋଳା ରେ ବରିଷ୍ଠ ନାଗରିକ ମଞ୍ଚ ଆନୁକୂଲ୍ୟରେ ଶୀତ ବସ୍ତ୍ର ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ

କେରାଣ୍ଡିତୋଳା ରେ ବରିଷ୍ଠ ନାଗରିକ ମଞ୍ଚ ଆନୁକୂଲ୍ୟରେ ଶୀତ ବସ୍ତ୍ର ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ

61

ଛତ୍ରପୁର / କେରାଣ୍ଡିତୋଳା (ବ୍ୟୁରୋ) : ବ୍ଳକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣ ପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚ ଆନୁକୂଲ୍ୟରେ ତଥା ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ଲିପିକା ର ସହଯୋଗରେ ଗ୍ରାମର ଗରୀବ ଓ ଅର୍ଥନୈତିକ ଅନଗ୍ରସର ଶ୍ରେଣୀର ଜନସାଧାରଣଙ୍କୁ ଶୀତ ବସ୍ତ୍ର ଓ ମାସ୍କ ବଣ୍ଟନ କରାଯାଇଛି ।ରୋଟାରୀ କ୍ଳବ ଇଷ୍ଟ ତରଫରୁ ପୂର୍ବତନ ସଭାପତି ଦ୍ବୟ ଅରୁଣ ଚାନ୍ଦ ଦାଶ ଓ ଗଦାଧର ରାଉଳ ,ସଂପାଦକ କାମରାଜୁ ମହାରଣା ଏବଂ ଲିପିକା ର ପରିଚାଳନା ନିର୍ଦ୍ଦେଶିକା ରଂଜିତା ଦାଶ, ଇନରହ୍ବିଲ କ୍ଳବର ପୂର୍ବତନ ସଭାନେତ୍ରୀ ଅମିତା ରାଉଳଙ୍କ ଉପସ୍ଥିତିରେ ଶୀତବସ୍ତ୍ର ବିତରଣ କରାଯାଇଥିଲା ।

ବରିଷ୍ଠ ନାଗରିକ ମଞ୍ଚର ସଭାପତି ନରହରି ପ୍ରଧାନଙ୍କ ସଭାପତିତତ୍ବରେ ଅନୁଷ୍ଠିତ ବୈଠକରେ ଉପଦେଷ୍ଟା କୋରା ମହାରଣା ଓ ନିରଞ୍ଜନ ସାହୁ, ଉପ ସଭାପତି ଘନଶ୍ୟାମ ସାହୁ,କୋଷାଧ୍ୟକ୍ଷ ଜଟେଶ୍ବର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମଞ୍ଚର ସଂଯୋଜକ କାମରାଜୁ ମହାରଣା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।ବରିଷ୍ଠ ନାଗରିକ ମଞ୍ଚର ଏଇଭଳିଆ ସମାଜ ସେବା କାର୍ଯ୍ୟକ୍ରମକୁ ଅତିଥି ମାନେ ପ୍ରଶଂସା କରିବା ସହ ବରିଷ୍ଠ ମହିଳା ମାନଙ୍କୁ ଏଇ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ପରାମର୍ଶ ଦେଇଥିଲେ ।ନିକଟ ଭବିଷ୍ୟତରେ ଗ୍ରାମର ବରିଷ୍ଠ ମହିଳା ମାନଙ୍କୁ ନେଇ ଏକ ମଞ୍ଚ ଗଠନ କରାଯିବ ବୋଲି ମଞ୍ଚର କର୍ମକର୍ତ୍ତା ଘୋଷାଣା କରିଥିଲେ ।ସଂପାଦକ ବାଉରିବନ୍ଧୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।