
ବାଲିଗୁଡା,(ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ତିଲାପାଙ୍ଗା ଗ୍ରାମର କେକଡ଼ା ଦିଗାଲ ତାଙ୍କର ବୟସ ୬୨ ବର୍ଷ ହେବ ସେ ଗତ ଶନିବାର ଦିନଠାରୁ ବାଲିଗୁଡ଼ା କୁ ରାସନ ସାମଗ୍ରୀ କିଣିବା ପାଇଁ ଯାଇ ନିଖୋଜ ଥିଲେ | ପରିବାର ଓ ଗ୍ରାମବାସୀ ମିଶି ଖୋଜା ଖୋଜି କରିବା ପରେ ଶେଷରେ ନ ପାଇ ନିରାଶ ହୋଇଫେରି ଥିଲେ | ଝିଅ ଦାନୁ ଡିଗାଲ ବାପାକୁ ନ ପାଇ ଥାନା ରେ ଜଣାଇ ଥିଲେ |
ବାଲିଗୁଡ଼ା ଥାନା ଇଲେକ୍ଟ୍ରିସାହିରେ ତିଆରି ହେଉଥିବା ଏକ ନୂତନ କୋଠାଘର ର ପାଇଖାନା ଘରେ ଏକ ମୃତ ଦେହ ପଡ଼ିଥିଲା | ସାହି ଲୋକଙ୍କୁ ଦୁର୍ଗନ୍ଧ ହେବା ପରେ ବାଲିଗୁଡ଼ା ଥାନାକୁ ଖବର କରିଥିଲେ | ମୃତ୍ୟୁ ବରଣ କରିଥିବା ବ୍ୟାକ୍ତିଙ୍କ ଘର ତିଲାପାଙ୍ଗା ଗ୍ରାମର କେକଡ଼ା ଦିଗାଲ ଓ ତାଙ୍କର ବୟସ ୬୨ ବର୍ଷ ବୋଲି ଜଣା ପଡିଛି ଘଟଣା ସ୍ଥଳରେ ବାଲିଗୁଡ଼ା ପୋଲିସ ପହଞ୍ଚି ତଦନ୍ତ ଚଲାଇଛନ୍ତି |



