
ମୟୂରଭଞ୍ଜ,(ଏସ ଏମ ପି):ଲୋକପ୍ରିୟ ସାଂସ୍କୃତିକ ଅନୁଷ୍ଠାନ ପରିକ୍ରମାର ଦଶମ ସ୍ଵନକ୍ଷତ୍ର ଉତ୍ସବ ଓ ଆଲୋଚନା ଚକ୍ର ଆସନ୍ତା ୩୧ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଏହାର ନାମ ‘ଚିନ୍ତନ ୨୦୨୦’ ରଖାଯାଇଛି । ଆଲୋଚନାଚକ୍ରରେ ବିଶିଷ୍ଠ ବକ୍ତା ତଥା ପ୍ରଖ୍ୟାତ ସାରସ୍ୱତ ସାଧକ ଆଦି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ସଭାଟି ମୟୂରଭଞ୍ଜ ଜିଲ୍ଲା ସ୍ଥିତ ରାଇରଙ୍ଗପୁରଠାରେ ଅନୁଷ୍ଠିତ ହେବ ବୋଲି ପରିକ୍ରମାର ଆବାହକ ବରିଷ୍ଠ ସାମ୍ବାଦିକ ମନୋଜ ଦାସ ସୂଚନା ଦେଇଛନ୍ତି ।



