Thursday, November 12, 2026
Home ଆଞ୍ଚଳିକ ଜୁଆଆଡ୍ଡାରେ ଚଢ଼ାଉ; ସାତ ଜୁଆଡିଙ୍କୁ ଗିରଫ କରିବା ସହ ନଗଦ ୧୫,୨୨୦ ଟଙ୍କା, ଦୁଇ ମୋବାଇଲ୍...

ଜୁଆଆଡ୍ଡାରେ ଚଢ଼ାଉ; ସାତ ଜୁଆଡିଙ୍କୁ ଗିରଫ କରିବା ସହ ନଗଦ ୧୫,୨୨୦ ଟଙ୍କା, ଦୁଇ ମୋବାଇଲ୍ ଓ ତାସ୍ ଜବତ କଲା ପୋଲିସ୍

52

ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ଗଂଜାମ ଜ଼ିଲ୍ଲା ଏକ ଜୁଆ ଆଡ୍ଡାରେ ଚଢ଼ାଉ କରି ଗାଙ୍ଗପୁର ପୋଲିସ୍ ସାତ ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ନଗଦ ୧୫,୨୨୦ ଟଙ୍କା, ଦୁଇଟି ମୋବାଇଲ୍ ଫୋନ୍ ଓ ତାସ୍ ଜବତ କରିଛି ଓ ସୂଚନା ପ୍ରକାରେ ଆଜି ରାତ୍ର ୭,୩୦ ମିନଟ ସମୟରେ ଗାଙ୍ଗପୁର ପୋଲିସ୍ ପାଟ୍ରୋଲିଂ କରୁ୍ଥିବା ସମୟରେ କୌଣସି ସୂତ୍ରରୁ ଖବର ପାଲକଷଣ୍ଢା ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡାରେ ଚଢ଼ାଉ କରି ଜୁଆଡିମାନଙ୍କୁ କାବୁ କରିବା ସହିତ ସେମାନଙ୍କ ନିକଟରୁ ନଗଦ ଟଙ୍କା, ମୋବାଇଲ୍ ଓ ତାସ୍ ଜବତ କରିଥିଲା | ସମସ୍ତ ଜୁଆଡ଼ିଙ୍କୁ ଗିରଫ କରି ସେମାନଙ୍କ ବିରୁଦ୍ଧରେ ଓପିଜି ଆକ୍ଟ ବଳରେ କେସ୍ ନମ୍ବର୍ ୩୬୦/୨୦ ରେ ଏକ ମାମଲା ରୁଜୁ କରି ଆଜି ସମସ୍ତଙ୍କୁ ଗିରଫ କରାଯାଇଛି ବୋଲି ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାସ ସୂଚନା ଦେଇଛନ୍ତି | ଆଗାମୀ ଦିନରେ ଗାଙ୍ଗପୁର ଅଞ୍ଚଳକୁ ସମ୍ପୂର୍ଣ୍ଣ ଜୁଆ ମୁକ୍ତ କରାଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଥାନା ଅଧିକାରୀ ଶ୍ରୀ ଦାଶ୍ ପ୍ରକାଶ କରିଛନ୍ତି |