Saturday, November 14, 2026
Home ଜିଲ୍ଲା ଖୋର୍ଦ୍ଧା ପୁଣି ଫାଟକରେ ପକାଇଲେ ତାଲା, ସ୍ଥାୟୀ ପୈାରକର୍ମଚାରୀ ହେଲେ ଥାନାର ଦ୍ୱାରସ୍ଥ : ପୈାରପରିଷଦ ଠିକାସଫେଇ...

ପୁଣି ଫାଟକରେ ପକାଇଲେ ତାଲା, ସ୍ଥାୟୀ ପୈାରକର୍ମଚାରୀ ହେଲେ ଥାନାର ଦ୍ୱାରସ୍ଥ : ପୈାରପରିଷଦ ଠିକାସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ୫ଦିନରେ

216

ଜଟଣୀ,(ଖୋର୍ଦ୍ଧା ଜିଲ୍ଲା / ସଞ୍ଜୀବ କୁମାର): ଜଟଣୀ ପୈାରପରିଷଦର ସାନିଟେସନ ସୁପରଭାଇଜର ବିଷ୍ଣୁ ମିଶ୍ରଙ୍କୁ ୬ଜଣ ଅସ୍ଥାୟୀ ସଫେଇକର୍ମଚାରୀ ମାଡମାରିଥିବା ନେଇ ବିଷ୍ଣୁ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ଜଟଣୀଥାନାରେ କେଶ ନଂ ୪୯୭/୨୦ରେ ମାମଲା ରୁଜୁ ହୋଇଥିବା ବେଳେ ଆଜି ପୈାରକାର୍ଯ୍ୟାଳୟକୁ କର୍ମଚାରୀମାନଙ୍କୁ ପ୍ରବେଶ ନ କରାଇଦେବା ଲାଗି ସ୍ଥାୟୀ କର୍ମଚାରୀମାନେ ଥାନାର ଦ୍ୱାରସ୍ଥ ହୋଇଥିଲେ । ତେଣୁ ଜଣେ ପୈାରକର୍ମଚାରୀ ଅସ୍ଥାୟୀ କର୍ମଚାରୀଙ୍କ ନାମରେ ଥାନାରେ ଅଭିଯୋଗ କରିଥିବା ବେଳେ ସ୍ଥାୟୀ ପୈାରକର୍ମଚାରୀମାନେ ଆଜି ପୈାରକର୍ମଚାରୀଙ୍କୁ ମାଡ ହେବା ଏବଂ ଅସ୍ଥାୟୀ କର୍ମଚାରୀଙ୍କ ଦାଦାଗିରୀକୁ ନେଇ ମିଳିତଭାବେ ଥାନାରେ ପହଁଚିଥିଲେ ।

ସ୍ଥାୟୀ କର୍ମଚାରୀମାନଙ୍କ ପକ୍ଷରୁ କୈାଣସି ଲିଖିତ ଅଭିଯୋଗ ହୋଇନଥିବାରୁ ପାରିପାଶ୍ୱିର୍କ ଅବସ୍ଥାକୁ ପୁଲିସ ଅନୁଧ୍ୟାନ କରି ଥାନାଧିକାରୀଙ୍କ ହସ୍ତକ୍ଷେପ ପରେ କର୍ମଚାରୀମାନେ କାର୍ଯ୍ୟାଳୟକୁ ପ୍ରବେଶ କରିଥିଲେ । ତେଣୁ ଆନ୍ଦୋଳନକାରୀ ଅସ୍ଥାୟୀ ସଫେଇ କର୍ମଚାରୀମାନେ ଆଜି ଧାରଣା ପ୍ରତ୍ୟାହୃତ କରି ସମାଧାନ ନ ହେବା ପର୍ଯ୍ୟନ୍ତ ପୁଣି ଆନ୍ଦୋଳନ ଜାରି ରହିବ ବୋଲି ସୁଚନା ଦେବା ସହିତ ଆସନ୍ତାକାଲିଠାରୁ ପୁନଃ ଧାରଣାରେ ବସିବେ ବୋଲି କହିଯାଇଛନ୍ତି ଅସ୍ଥାୟୀ ସଫେଇ କର୍ମଚାରୀମାନେ । ଅନ୍ୟପଟେ ଜଟଣୀ ସହରକୁ ସ୍ୱଛତା ଓ ପରିମଳକୁ ଗୁରୁତ୍ୱ ଦେଇ ସ୍ୱଛତାର ସହର ଗଢିତୋଳିବାକୁ ସ୍ୱପ୍ନ ଦେଖୁଥିବା ବେଳେ ଦିର୍ଘ ୫ଦିନରୁ ସଫେଇ ନ ହୋଇ ସହରସାରା ଅଳିଆ ଆବର୍ଜନାରେ ପରିପୁର୍ଣ୍ଣ ହେବାରେ ଲାଗିଛି । .

ଅଧିକାଂଶ ସମୟ ସେମାନଙ୍କଦାବି ପୁରଣଲାଗି କାର୍ଯ୍ୟବନ୍ଦ କରି ଆସୁଥିଲେ । ମାତ୍ର ଦିନକୁଦିନ ସେମାନଙ୍କର ପ୍ରତିବାଦର ଶୈଳିକୁ ନେଇ ପୈାରକାର୍ଯ୍ୟାଳୟରେ ଅଧିକାରୀମାନେ ଅସନ୍ତୁଷ୍ଟ ହେବାରେ ଲାଗିଲେଣି । ଗତ ଅଗଷ୍ଟମାସ ୫ ତାରିଖରେ ପୈାରକର୍ମଚାରୀଜଟଣୀ ପୈାରପରିଷଦ ଅଧିନରେ କାର୍ଯ୍ୟରତ ଅସ୍ଥାୟୀ ସଫେଇକର୍ମଚାରୀମାନଙ୍କ ଇପିଏଫ ଓ ଇଏସଆଇ ମିଳିନଥିବାରୁ ଏହାର ପ୍ରତିବାଦରେ ଦୁଇଦିନ ବ୍ୟାପି କାର୍ଯ୍ୟବନ୍ଦ ଆନ୍ଦୋଳନ କରି କାର୍ଯ୍ୟାଳୟ ସମୁଖରେ ଧାରଣାରେ ବସିଥିଲେ । ଏହା ସହିତ ପ୍ରତିବାଦର ସୀମା ଉଲଘଂନ କରି ପୈାରପରିଷଦ ମଧ୍ୟରେଥିବା ଆମ୍ବୁଲାନ୍ସ ଓ ମହାମାରୀ ସମୟରେ ବିଭିନ୍ନ ଅଂଚଳରେ ବିଶୋଧନ କରୁଥିବା ଗାଡିକୁ ଅଟକାଇଦେଇଥିଲେ ।

ସେହିପରି ସୋମବାର ପୁର୍ବାହ୍ନରେ ଉକ୍ତ ସଫେଇ କର୍ମଚାରୀମାନେ ଦିର୍ଘ ଦିନଧରି କାର୍ଯ୍ୟବନ୍ଦ କରିବାପରେ ସହରସାରା ଆବର୍ଜନାମୟ ପରିବେଶ ସୃଷ୍ଟି ହୋଇଛି । ମାତ୍ର ଏହାକୁ ଭୃକ୍ଷେପ ନକରି ସେମାନେ ସେମାନଙ୍କ ଦାବି ପୁରଣ କରିବାଲାଗି ପୈାରପରିଷଦ କାର୍ଯ୍ୟାଳୟର ମୂଖ୍ୟ ଫାଟକକୁ ତାଲା ପକାଇ ଦେଇଥିଲା ବେଳେ ମଙ୍ଗଳବାର ପୁଣି ଅନୁରୁପଭାବେ ମୂଖ୍ୟ ଫାଟକରେ ତାଲା ପକାଇ ଦେଇ ପ୍ରତିବାଦ କରିଥିଲେ । ତେବେ ଏନେଇ ପୈାରପରିଷଦର ସାନିଟେସନ ସୁପରଭାଇଜର ବିର୍ଷ୍ଣୁ ମିଶ୍ର ସେମାନଙ୍କୁ ପଚରାଉଚରା କରିବା ସହିତ କାରଣ ବୁଝୁଥିବା ଅବସ୍ଥାରେ କେତେକ କର୍ମଚାରୀ ଉତ୍ୟକ୍ତ ହୋଇ ବିଷ୍ଣୁଙ୍କୁ ମାଡମାରିଥିବା ଜଟଣୀଥାନାରେ ବିଷ୍ଣୁ ଅଭିଯୋଗ କରିଥିଲେ ।

ଜଟଣୀ ପୈାରପରିଷଦ ମଧ୍ୟରେ ଅସ୍ଥାୟୀ ସଫେଇକର୍ମଚାରୀଭାବେ ୧୯୩ ଜଣ କାର୍ଯ୍ୟ କରିଆସୁଛନ୍ତି । ସେମାନଙ୍କୁ ଠିକାସଂସ୍ଥା ଏଲ ଆଣ୍ଡ କେ ସର୍ଭିସେସ୍ ଓ ପ୍ରଜ୍ୟୁସ ନାମକ ୨ଟି ସଂସ୍ଥା ମାଧ୍ୟମରେ ୨୩ଟି ୱାର୍ଡ୍‌କୁ ୪ଟି ଟେଂଣ୍ଡରରେ ବିଭକ୍ତ କରାଯାଇ କାର୍ଯ୍ୟ କରିବାକୁ ଦିଆଯାଇଛି । ପ୍ରତ୍ୟେକ କର୍ମଚାରୀ ଦିନକୁ ୬ଘଂଟା କାମ କରିବା ସହିତ କର୍ମଚାରୀ ଜଣଙ୍କ ୭୦୦ମିଟର ସଫେଇ କାମ କରିବା ସହିତ ନାଳ ମଧ୍ୟ ସେଥିରେ ସଫାକରିବେ । ହେଲେ କୈାଣସି ସଫେଇ କର୍ମଚାରୀ ୬ ଘଂଟା କାମ ଏବଂ ନାଳ ସଫା ଠିକଭାବରେ କରୁନାହାନ୍ତି ବୋଲି ନିର୍ବାହୀ ଅଧିକାରୀ କହିଛନ୍ତି । ଏହା ବ୍ୟତିତ ସରକାରଙ୍କ ନିର୍ଦ୍ଧେଶନୁସାରେ ୧୯୬ଜଣ କାମ କରିବାଲାଗି ନିର୍ଦ୍ଧେଶ ରହିଥିବା ବେଳେ ଏହି ସଫେଇ କର୍ମଚାରୀମାନେ ମିଳିତଭାବେ ୨୫୦ଜଣ କାମ କରିବାକୁ ଅଳି କରୁଛନ୍ତି । ତେବେ ୧୯୩ଜଣ ବ୍ୟତିତ ଆଉ ୫୭ଜଣ ସଫେଇ କର୍ମଚାରୀମାନଙ୍କୁ ଦରମା କିପରି ପ୍ରଦାନ କରାଯିବ ।

ଅନ୍ୟ ପକ୍ଷରେ ଠିକାଦାର ମାଧ୍ୟମରେ ଏହି କାର୍ଯ୍ୟ ପ୍ରଦାନ କରାଯାଇଛି । ଠିକାଦାର ଏହାର ତଦାରଖ କରିବା କଥା କିନ୍ତୁ ଠିକାଦାରଙ୍କ ସାକ୍ଷାତ ମିଳୁନାହିଁ । ଗତ ୨୦୧୩ ମସିହାଠାରୁ ଏହିକାର୍ଯ୍ୟ ବଳବତର ହୋଇଆସୁଛି । ମାତ୍ର ଏମାନଙ୍କ ମାସିକ ବେତନ ଦେବା ସମୟରେ ଠିକାଦାର ଏମାନଙ୍କ ଦରମାର ପିଏଫ ବାବଦକୁ ୧୨% ଓ ଇଏସଆଇ ବାବଦରେ ୧୩% ତଥା ମୋଟ ୨୫ ପ୍ରତିଶତ ଅର୍ଥ କାଟିଦେଇ ଦରମା ପ୍ରଦାନ କରନ୍ତି ।

ହେଲେ ଏହି ୨୫% ଅର୍ଥ ବିଭିନ୍ନ ସମୟରେ ସେମାନଙ୍କ ଆକାଉଂଟରେ ବନ୍ଧାଯାଇନଥିବା ଅଭିଯୋଗ କରି ଆସୁଛନ୍ତି । ଅନ୍ୟପକ୍ଷରେ ଏହି ସଫେଇ କର୍ମଚାରୀମାନେ ଚଳିତ ୧୦ତାରିଖଠାରୁ କାର୍ଯ୍ୟବନ୍ଦ କରିଥିବା ବେଳେ ବିନାକାମରେ ୫ଦିନର ପ୍ରାପ୍ୟ ନେବାଲାଗି ଜିଦ ଧରୁଛନ୍ତି । ତେବେ ଏନେଇ ପୈାରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲିପ କୁମାର ମହାନ୍ତୀ ଏହି ପ୍ରାପ୍ୟଦେବାଲାଗି ରୋକଠୋକ ମନା କରିଦେଇଛନ୍ତି । କାରଣ କାମ ନାହିଁତ ଦରମା ନାହିଁ ବୋଲି କହିଥିଲେ । ତେଣୁ ଏମାନେ କାର୍ଯ୍ୟବନ୍ଦକୁ ଆହୁରୀ ତିବ୍ରତର କରିବାଲାଗି ଚେତାବନୀ ଦେବା ସହିତ ଜିଲାପାଳଙ୍କ ଭେଟି ଅଭିଯୋଗ କରିବାଲାଗି କହିଛନ୍ତି ।