
ଭଞ୍ଜନଗର,(ବବି ରଥ): ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଆଜି ଭଞ୍ଜନଗର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟଳୟର ବାର୍ଷିକ ନିରୀକ୍ଷଣ କରିଛନ୍ତି | ପ୍ରତ୍ୟେକ ଉପ ବିଭାଗ ର ସମସ୍ତ ଫାଇଲ ଦେଖିବା ସହ ବଳକା କାମକୁ ଅତିଶୀଘ୍ର ଅପଡେଟ ରଖିବାକୁ ନିର୍ଦେଶ ଦେଇଛନ୍ତି | ତାହାସହ ଜନସାଧାରଣଙ୍କ ସହ ରହି କାମକରିବାକୁ ଉପ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ ଙ୍କ ସମେତ ସମସ୍ତ ବିଭାଗର ଅଫିସର ମାନଙ୍କୁ ଜଣାଇ ଧନ୍ୟବାଦ ପ୍ରଦାନ କରିଥିଲେ ଏବଂ ସମସ୍ତ ବିଭାଗର କର୍ମକର୍ତା ଏହାକୁ ଗ୍ରହଣ କରିଥିଲେ |


