
ଭଞ୍ଜନଗର,(ବବି ରଥ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଶପଥ ପାଠ ଉତ୍ସବ. ଭଞ୍ଜନଗର ଓକିଲ ସଂଘ ର ନବନିର୍ବାଚିତ ସମସ୍ତ ସଦସ୍ୟଙ୍କ ଶପଥପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ବରିଷ୍ଟ ଆଇନଜୀବୀ ତଥା ନିର୍ବାଚନ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ପଣ୍ଡା ପ୍ରଥମେ ସଭାପତି ଦଣ୍ଡପାଣି ସ୍ବାଇଁ, ଉପ ସଭାପତି ମଣି ଦୀକ୍ଷିତ, ସମ୍ପାଦକ ଅକ୍ଷୟ କୁମାର ସାହୁ, ଯୁଗ୍ମ ସମ୍ପାଦକ ବଳରାମ ମହାପାତ୍ର, କୋଷାଧକ୍ଷ ସୁନନ୍ଦତିଆଡ଼ି ଙ୍କ ସମେତ ସମସ୍ତ ବରିଷ୍ଟ ଆଇନଜୀବୀ ମାନଙ୍କୁ ଶପଥ ପାଠ କରାଇ ଥିଲେ | ଏହି କାର୍ଯ୍ୟକ୍ରମରେ ସମସ୍ତ ଆଇନଜୀବୀ ଉପସ୍ଥିତ ଥିଲେ |



