
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲା ଜଳ ଓ ପରିମଳ ମିଶନ,ଛତ୍ରପୁର ଆନୁକୂଲ୍ୟରେ ତଥା ଜିଲ୍ଲାପାଳ ଗଞ୍ଜାମଙ୍କ ନିର୍ଦ୍ଦେଶରେ ଗ୍ରାମୀଣ ସ୍ୱଚ୍ଛତା ଓ ପରିମଳ କ୍ଷେତ୍ରରେ ଏକ ଉତ୍ତମ ପରିବେଶ ଓ ପ୍ରଦୂଷଣ ମୁକ୍ତ ବାତାବରଣ ସୃଷ୍ଟି ସକାଶେ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।ଏହି କ୍ରମରେ ସ୍ଥାନୀୟ ହିଞ୍ଜିଳି ବ୍ଲକ ଖରିଡା ପଞ୍ଚାୟତରେ ସୋମବାର ପରିମଳ ସଚେତନତା ସମ୍ପର୍କିତ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା
ପିଇଓ ସୁଶାନ୍ତ କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ରଘୁନାଥ ବେହେରା ମୁଖ୍ୟ ଅତିଥି ଓ କନିଷ୍ଠ ଯନ୍ତ୍ରୀ ଇଂ ପ୍ରସନ୍ନ କୁମାର ଦଳାଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ।ଗ୍ରାମୀଣ ପରିବେଶକୁ କିପରି ପରିଷ୍କାର ପରିଚ୍ଛନ୍ନତା ରଖାଯାଇ ଏକ ସ୍ୱଚ୍ଛ,ବାହ୍ୟ ମଳମୁକ୍ତ ବାତାବରଣ ସୃଷ୍ଟି ହୋଇ ପାରିବ ସେନେଇ ଏକ ସଚେତନତା ରାଲି ଗ୍ରାମ ପରିକ୍ରମା କରିଥିଲା
ମୁଖ୍ୟତଃ କଠିନ ଓ ତରଳ ବର୍ଯ୍ୟବସ୍ତୁ ସବୁକୁ ଏଣେତେଣେ ନ ଫୋପାଡ଼ି ଏକ ପଲିଥିନ ଓ ପ୍ଲାଷ୍ଟିକ ମୁକ୍ତ ଗ୍ରାମ ଭାବେ ଗଢି ତୋଳିବା ପାଇଁ ସଚେତନ କରାଇଥିଲେ।କରୋନା ଦାଉରୁ ସୁରକ୍ଷିତ ଭାବେ ରହିବା ନିମନ୍ତେ ଗ୍ରାମରେ ମାସ୍କ ବଣ୍ଟନ କରି ସଚେତନତା ସୃଷ୍ଟି କରା ଯାଇଥିଲା
କାର୍ଯ୍ୟକ୍ରମରେ ୱାର୍ଡ ସଭ୍ୟସଭ୍ୟା,ଗ୍ରାମ ରୋଜଗାର ସେବକ ଶ୍ରୀକାନ୍ତ କୁମାର ପଣ୍ଡା, ଯୋଗାଣ ସହାୟକ ସୁନୀଲ କୁମାର ଦାସ,ମହିଳା ସ୍ୱାସ୍ଥ୍ୟ କର୍ମୀ, ଆଶା ଓ ଅଙ୍ଗନବାଡି ଦିଦି ଙ୍କ ସମେତ ଗ୍ରାମବାସୀ ଅଂଶ ଗ୍ରହଣ କରିଥିଲେ।


