Monday, November 16, 2026
Home ଆଞ୍ଚଳିକ ଦେବାଙ୍ଗ ସମ୍ପ୍ରଦାୟ ତରଫରୁ ପହଲି ଭୋଗ

ଦେବାଙ୍ଗ ସମ୍ପ୍ରଦାୟ ତରଫରୁ ପହଲି ଭୋଗ

40

ବ୍ରହ୍ମପୁର,(ବିଜୟ କୁମାର ଗୌଡ଼): ମହାନଗରର ୭ନମ୍ବର ୱାର୍ଡ ଅନ୍ତରଗ୍ତ ବାଲ୍ମୀକୀ ପେଟ୍ଟା ସାହି ଠାରେ ତେଲୁଗୁ ଦେବାଙ୍ଗ ସମ୍ପ୍ରଦାୟ ତରଫରୁ ଫୋହଲୀ ଭୋଗର ଆୟାଜନ ବାଲ୍ମୀକି ପେଟ୍ଟା ଭୋଜନ ସଙ୍ଘ ତରଫରୁ ଆୟୋଜିତ ହୋଇଥିଲା।କୋଭିଡ଼ ନିୟମ ଅନୁଯାୟୀ ସାମାଜିକ ଦୂରତା ରକ୍ଷା ପୂର୍ବକ ସମସ୍ତ କାର୍ଯ୍ୟ ନିତୀ ନୀୟମ ଅନୁସାରେ ପାଳନ ହୋଇଯାଇଛି।

ସକାଳ ପହରରୁ ଭଗବାନଙ୍କ ଆଳତି ସହ ଭଜନ କୀର୍ତ୍ତନ ଓ ପ୍ରାସାଦର୍ ଆୟୋଜନ କରାଯାଇଥିଲା।ଏଥିରେ ସାହିର ତଥା ଅଞ୍ଚଳର ସମସ୍ତଙ୍କ ସହ ପୁର୍ବତନ ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ଡାକ୍ତର ରମେଶ ଚନ୍ଦ୍ର ଚିୟାଊପଟନାୟକ,ପୁର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା,ମହାନଗର ଯୁବ ବିଜେଡି ସଭାପତି ଅଜିତ ପଣ୍ଡା,ପୁର୍ବତନ କୋରପରେଟର ରାକେଶ ସାହୁ,ବିଜେଡି ନେତା ଟି ଗୋପୀ,ବି ଦୁର୍ଗା ରାଓ,ପ୍ରଭାତ ସାହୁ,ଅନୀଲ ଚୌଧୁରୀ ଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗଦେଇ ପ୍ରଭୁଙ୍କ ଆଶ୍ରିବାଦ ଲାଭ କରିବା ସହ ଅଞ୍ଚଳ ବାସିନ୍ଦା ଙ୍କ ମହତ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ।

ମାନ୍ୟବର ବ୍ରହ୍ମପୁର ବିଧାୟକ ସମସ୍ତଙ୍କ ଅତି ଆପଣାର ବିକ୍ରମ କୁମାର ପଣ୍ଡା ନିମନ୍ତ୍ରଣ କରିଥିବାରୁ ଧନ୍ୟବାଦ ଜଣାଇବା ସହ ଭୁବନେଶ୍ବରରେ କାର୍ଯ୍ୟକ୍ରମ ରହିଥିବା କାରଣରୁ ଉକ୍ତ ଭଗବତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିପାରି ନଥିଲେ। ଅଞ୍ଚଳବାସୀଙ୍କ ମହାନ ଭଗବତ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ।