Sunday, November 15, 2026
Home ଜିଲ୍ଲା ରାୟଗଡା ଜ଼ିଲ୍ଲା ପ୍ରଶାସନ ଦୁଇ ଅସହାୟ ବୃଦ୍ଧାଙ୍କୁ ହାୟତାର ହାତ ବଢ଼ାଇଲେ

ରାୟଗଡା ଜ଼ିଲ୍ଲା ପ୍ରଶାସନ ଦୁଇ ଅସହାୟ ବୃଦ୍ଧାଙ୍କୁ ହାୟତାର ହାତ ବଢ଼ାଇଲେ

47

ବିଷମକଟକ/ମୁନିଗୁଡା,୧୫/୧୨(ପ୍ରସ୍ନନ କୁମାର ପଣ୍ଡା): ରାୟଗଡା ଜ଼ିଲ୍ଲା ମୁନିଗୁଡାର ସହୀଦ ଲକ୍ଷ୍ମଣ ନାୟକ ଛକରେ ଖୋଲା ଆକାଶ ତଳେ ଦିନ କାଟୁଥିବା ଦୁଇ ଅସହାୟ ବୃଦ୍ଧାଙ୍କୁ ପ୍ରଶାସନ ତରଫରୁ କିପରି ଉଦ୍ଧାର କରି ସେମାନଙ୍କୁ ସହାୟକ ହୋଇପାରିବେ ସେନେଇ ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ପି ଡି ଅମୃତ ରିତୁରାଜ ଓ ମୁନିଗୁଡା ବିଡ଼ିଓଙ୍କ ସହ ଆଲୋଚନା କରାଯାଇଛି l

ଏହି ଦୁଇ ଜଣଙ୍କୁ ଯଥା ଶୀଘ୍ର ରାୟଗଡା କିମ୍ବା ଗୁଣୁପୁରକୁ ସ୍ଥାନାନ୍ତର କରିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି ରାୟଗଡା ଜିଲ୍ଲା ପାଳ ପ୍ରମୋଦ କୁମାର ବେହେରା ଓ ଡିଆରଡିଏ ର ପ୍ରକଳ୍ପ ନିର୍ଦ୍ଦେଶକ ଅମୃତ ରୃତୁରାଜ । ସେହି ସମୟରେ ଗ୍ରାମବାସୀ ଓ ମୁନିଗୁଡା ର ସାମ୍ବାଦିକ ମାନେ ଉପସ୍ଥିତ ଥିଲେ।