
ଜଟଣୀ,୧୪-୧୨(ଖୋର୍ଦ୍ଧା ଜିଲ୍ଲା/ସଞ୍ଜୀବ କୁମାର):ଦୀର୍ଘ ଦିନର ଅପେକ୍ଷା ପରେ ପ୍ରଥମ ଥର ଜଟଣୀ ଓକିଲ ସଂଘର ର ନିର୍ବାଚନ ଗତ ୧୩ ତାରିଖ ଦିନ ସ୍ଥାନୀୟ ଜେ. ଏମ. ଏଫ. ସି କୋଟ୍ ପରିସରରେ ଅନୁଷ୍ଠିତ ହୋଇଥିଲା।
ଆଜି ନିର୍ବାଚନ ପକ୍ରିୟା ଅନୁଯାୟୀ ବିଜୟୀ ପାର୍ଥିୀ ମାନଙ୍କର ଶପଥ ଗ୍ରହଣ ଉତ୍ସବ ଜଟଣୀ ଓକିଲ ସଂଘ ଦ୍ବାରା ସ୍ଥାନୀୟ ଜେ. ଏମ.ଏଫ. ସି କୋଟ୍ ପରିସରରେ ଅନୁଷ୍ଠିତ ହୋଇଥିଲା।
ଏହି ଉତ୍ସବରେ ସଭାପତି ଭାବେ ସାନୁଜ କୁମାର ମିଶ୍ର, ଉପ ସଭାପତି ଦିଲ୍ଲୀପ କୁମାର ସୁବୁଦ୍ଧି, ସମ୍ପାଦକ ସଞ୍ଜୟ କୁମାର ମହାପାତ୍ର, ସହ ସମ୍ପାଦକ କାଶୀନାଥ ପ୍ରଧାନ, କୋଷାଧ୍ୟକ୍ଷ ମଳୟ କୁଲା ବାବୁଙ୍କ ସହ ୬ ଜଣ କାର୍ଯ୍ୟନିର୍ବାହୀ ସଭ୍ୟ ଭାବେ ଶପଥ ଗ୍ରହଣ କରିଥିଲେ।
ନିର୍ବାଚନ ଅଧିକାରୀ ଅକ୍ଷାଂସୁ ଶେଖର ନାୟକ ସଭ୍ୟ ମାନଙ୍କୁ ଶପଥ ପାଠ କରାଇଥିଲେ ଏବଂ ବରିଷ୍ଠ ଆଇନଜୀବୀ ଶୈଳେନ୍ଦ୍ର କୁମାର ପଟ୍ଟନାୟକ, ସୁର ନାୟକ, ଶିବ ପ୍ରସାଦ ରଥ ଇତ୍ୟାଦି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l







